ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର
ବୁଗୁଡା (ଅନିଲ ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ବାଇକ ଚାଳକ ଭାବରଡ଼ା ଗ୍ରାମର ଅରୁଣ ବିଷୋୟୀ (୨୫) ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସୋମବାର ସକାଳେ ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମର ଅରୁଣ ବିଷୋୟୀ ବାଇକରେ ଭଞ୍ଜନଗର ଯାଉଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଛକ ବାଙ୍କ ନିକଟ ରାସ୍ତା କଡରେ ଥିବା ଏକ ପଥରରେ ପିଟିହୋଇଥିଲା। ଫଳରେ ଅରୁଣ ଛିଟିକି ରାସ୍ତରେ ରକ୍ତାତ ଅବସ୍ଥାରେ ପଡ଼ିଥିବା ବେଳେ ଗ୍ରାମବାସୀ ଦେଖି ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସକୁ ଖବର ଦେଇ ବୁଗୁଡା ମେଡ଼ିକାଲକୁ ପଠାଇଥିଲେ। ଅରୁଣଙ୍କ ମୁଣ୍ଡରେ ଓ ଦାନ୍ତରେ ଗୁରୁତର ଆଘାତ ହୋଇ ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ବିଷୟ ନେଇ ଭାବରଡ଼ା ସରପଞ୍ଚ ପ୍ରତିନିଧି ଖଗେଶ୍ୱର ପ୍ରଧାନଙ୍କୁ ଜଣାଇବା ପରେ ସେ ଅରୁଣଙ୍କ ଘରେ ଖବର ପହଞ୍ଚାଇ ଥିଲେ। ଅରୁଣଙ୍କ ଭାଇ ବ୍ରହ୍ମପୁର ଯାଇଥିବା ଜଣାପଡିଛି।


