ବାଇକ ଧକ୍କାରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ସମଗ୍ର ଅଞ୍ଚଳରେ ଶୋକର ଛାୟା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାସ୍ତାର ଚୋରଗଡିଆ ଛକ ନିକଟରେ ବାଇକ ଧକ୍କାରେ ଜଣେ ବ୍ୟବସାୟୀଙ୍କ ଜୀବନ ଯାଇଛି । ସୁଚନାରୁ ଜଣାଯାଇଛି ଘୋଷରାପଦା ଗ୍ରାମର ପ୍ରହଲାଦ ମହାନ୍ତ ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷହେବ ଛେନାପଦି ଛକରେ ରେଡିଓ ଏବଂ ଟିଭି ମରାମତି ଦୋକାନ କରି ଆସିଥିଲେ । ପ୍ରତିଦିନ ଭଳି ଗତକାଲି ସନ୍ଧ୍ୟା ସାଢ଼େ ସାତଟାବେଳେ ଦୋକାନ ବନ୍ଦ କରି ସାଇକେଲରେ ଘରକୁ ଫେରୁଥିବା ସମୟରେ ଚୋରଗଡିଆ ଛକ ନିକଟରେ ଏକ ବାଇକ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିବାବେଳେ ତାଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର କଟକ ପହଞ୍ଚିିବା ପୁର୍ବରୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ସେ ଜଣେ ଧର୍ମପରାୟଣ, ପରୋପକାରୀ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର କଟକରୁ ଆସି ଘୋଷରାପଦା ଗ୍ରାମରେ ପହଞ୍ଚିବାପରେ ଛେନାପଦିଛକର ବହୁ ବ୍ୟବସାୟୀ, ଚୋରଗଡିଆ, ଶାସଙ୍ଗ, ଛେନାପଦି, ଗୋପାଳପୁର, ଭାତକରୁଆ ପ୍ରଭୃତି ଗ୍ରାମର ଶତାଧିକ ଲୋକ ତାଙ୍କ ବସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ