ବାଇକ ଧକ୍କାରେ ବୃଦ୍ଧ ମୃତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ନୂଆସାହିରେ ବୁଧବାର ସକାଳୁ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ଉକ୍ତ ଗ୍ରାମ ନୂଆସାହି ବାସିନ୍ଦା ତ୍ରିନାଥ ଗୈାଡ (୬୦)।ସେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ବେପରୁଆ ଗାଡ଼ି ଚାଳନା କରି ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ପରେ ଗୁରୁତର ତ୍ରିନାଥଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇ ପରିବାର ଓ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ବାଇକ୍ ଚାଳକକୁ ଗିରଫ ଦାବିରେ ସିଦ୍ଧେଶ୍ବର – ଗଣିଆନାଳ ମୁଖ୍ୟ ରାସ୍ତା ଏକ ଘଣ୍ଟା ଧରି ଅବରୋଧ କରାଯାଇଥିଲା । ଅବରୋଧ ଖବରପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ଅପରପକ୍ଷରେ ଘଟଣା ନେଇ ଦିଗପହଣ୍ଡି ଥାନାରେ ୩୬୦/୨୨ ପ୍ରକାରେ ଏକ ମାମଲା ରୁଜୁ କରାଯିବା ସହ ବାଇକ୍ ଚାଳକକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।


