ବାଇକ ଧକ୍କାରେ ବୃଦ୍ଧ ମୃତ୍ୟୁ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଯଶିପୁର-କରଂଜିଆ ରାସ୍ତା ତାଟୋଛକରେ ଜନୈକ ବୃଦ୍ଧ ଚାଲି କରି ରାସ୍ତା ପାର ସମୟରେ ଦୃତ ଗତିରେ ଏକ ବାଇକ ଆସି ଧକ୍କା ଦେଇଥିଲା ।ବୃଦ୍ଧ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲା ।ଘଟଣାଟି ଶୁକ୍ରବାର ସଂଧ୍ୟାରେ ଘଟିଥିଲା । ଏହି ସମୟରେ ଗୋରୁମହିଷାଣୀ ଅଂଚଳର ସମ୍ବାଦ ପ୍ରତିନିଧି ତୁଷାର କାନ୍ତ ମହାନ୍ତ, ସମାଜସେବୀ ଲକ୍ଷ୍ମଣ ଟୁଡୁ, ଯୁବ ସଂଗଠକ ରାଜୁ ମହାନ୍ତ ଏକ କାର ଯୋଗେ କରଂଜିଆ ଯାଉଥିଲେ ।ତାଟୋ ଛକରେ ରାସ୍ତାରେ ଛଟପଟ ହୋଗ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଲୋକଟିକୁ ଦେଖି ଓହ୍ଲାଇ ପଡ଼ିଥିଲେ ।୧୦୮ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ତୁରନ୍ତ ଗୁରୁତରଙ୍କୁ ନିଜେ ଟେକି ନେଇ ନିଜ କାର ରେ କରଂଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ ।ପରେ ବୃଦ୍ଧଙ୍କର ପରିସ୍ଥିତି ଗୁରୁତର ହୋଇ ପ୍ରାଣବାୟୁ ଉଡି ଯାଇଥିଲା । ମୃତକଙ୍କ ଘର କରଂଜିଆ ଠାରୁ ୫କିମି ଦୂର ସରଳପଦା । ତାଙ୍କର ପରିଚୟ ଦୋବରାଜ ନାଏକ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ଗୋରୁମହିଷାଣୀର ୩ ଯୁବକଙ୍କ ଜଣଙ୍କସାହସିକ ସମାଜସେବା କାର୍ଯ୍ୟକୁ ତାଟୋ ଅଂଚଳବାସି ସାଧୁବାଦ ଜଣାଇଛନ୍ତି ।