ବାଙ୍ଗାଲୋରରେ ରହିଯାଇଥିବା ପୁଅକୁ ଫେରାଇ ଅଣାଯିବାକୁ ଜିଲ୍ଲାପାଳଙ୍କୁ ଆଶାକର୍ମୀର ନିବେଦନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପାଟକୁରା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ରଞ୍ଜନ କୁମାର ସେଠୀଙ୍କ ପତ୍ନୀ ଆଶାକର୍ମୀ କେତକୀ ସେଠୀ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଛନ୍ତି ଯେ ତାଙ୍କର ପୁଅ ସୁନିଲ ସେଠୀ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋରସ୍ଥିତ ଇଲେକଟ୍ରୋନିକ ସିଟିରେ କରୋନା ଲକଡାଉନ ଯୋଗୁଁ ରହିଯାଇଡଛନ୍ତି । ବର୍ତ୍ତମାନ ତାଙ୍କ ପୁଅ ସେଠାରେ କୋଭିଡ-୧୯ ଲକଡାଉନ ଯୋଗୁଁ ବହୁ କଷ୍ଟରେ ଅଖିଆ ଅପିଆ ସମୟ ଅତିବାହିତ କରୁଛନ୍ତି । ସେଠାରେ ପୁଅକୁ କୈାଣସି ସରକାରୀ ସହାୟତା ମିଳିନଥିବା ବେଳେ ସେ ଖାଇବା ପିଇବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛି । ତାଙ୍କ ପୁଅ ସେଠାରୁ ଘରକୁ ଫେରିବାକୁ ତାଙ୍କ ମାଆ କେତକୀ ପଂଚାୟତରେ ପଞ୍ଜିକରଣ କରିଛନ୍ତି । ତେଣୁ ତାଙ୍କର ପୁଅକୁ ଗ୍ରାମକୁ ଫେରାଇ ଆଣିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।


