ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ
କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ)- ଜିଲ୍ଲା ବିଜେପି ପକ୍ଷରୁ ଗୈାରୀଶଙ୍କର ହୋଟେଲ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ପୂର୍ବତନ ବୈଦେଶୀକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଯୋଗଦେଇ ଦୁଇ ଦିବଗଂତ ନେତୃତ୍ୱଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ,ରାଷ୍ଟ୍ରୀୟ କାର୍ଯ୍ୟକାରିଣି ସଦସ୍ୟ ବୈଦନାଥ ଚାଟାର୍ଜୀ,ସୁନାକର ବେହେରା,ବିଜୟ ପ୍ରଧାନ , ଗଗନ ବିହାରୀ ସାହୁ,ଉପସଭାପତି କିଶୋର ପଣ୍ଡା,ଯୁବମୋର୍ଚ୍ଚା ସଭାପତି ଦିଲ୍ଲିପ ଦାଶ,ମିଡିଆ ସଂଯୋଜକ ମନୋଜ କୁମାର ଦାଶଙ୍କ ସମେତ ଜିଲ୍ଲା ବିଜେପିର ସମସ୍ତ ପଦାଧିକାରୀ,ସମସ୍ତ ମୋର୍ଚ୍ଚା ସଭାପତିମାନେ ଯୋଗଦେଇଥିଲେ ।