ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ଆଲସ୍କା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡଃ ଦେବେନ୍ଦ୍ର କୁମାର ଦାସ ଆମେରିକାରେ ଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅସହାୟ ଲୋକମାନଙ୍କ ଦୁଃଖ ତାଙ୍କ ଜ୍ଞାତକୁ ଆସିଲେ ସେ ତୁରନ୍ତ ଟ୍ରଷ୍ଟର ସଂଯୋଜକ ତଥା ସମାଜସେବୀ ପ୍ରଦିପ କୁମାର ମହାନ୍ତିଙ୍କୁ ସହାୟତା ଯୋଗାଇଦେବାକୁ କହିଥାନ୍ତି । ଏହି ଅବସରରେ ଆଜି ଭରତପୁର ଗ୍ରାମପଂଚାୟତର ହରିଡାଦଣ୍ଡା ଗ୍ରାମର ଦଳିତ ବର୍ଗର କର୍କଟପିଡିତ ବିଧବା ମହିଳା କୁନି ମଳିକଙ୍କୁ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଆଜି କୁନି ମଳିକଙ୍କୁ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ(ଚୁଡା,ବିସ୍କୁଟ),ଶାଢୀ ଓ ନଗଦ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରଦିପ କୁମାର ମହାନ୍ତି ଓ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମହାମାରୀ କରୋନା ସମୟରେ ପ୍ରାରମ୍ଭରୁ ଶୁଖିଲା ଖାଦ୍ୟ ବଂଟନ କରାଯାଉଥିବା ବେଳେ ଏବେ ଟ୍ରଷ୍ଠ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ