ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁଧବାର ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଜୋତାସିଲାଇ କରୁଥିବା ଦଳିତ ବର୍ଗର ଲୋକମାନଙ୍କୁ ଏବଂ ଗରାପୁରସ୍ଥିତ ହନୁମାନ ମନ୍ଦିର ସନ୍ନିକଟରେ ଥିବା ଦଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା ଓ ଅଟା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ଗୋଲକ ଚନ୍ଦ୍ର ପଢିହାରୀ, ନଳିନୀବିହାରୀ ମହାନ୍ତି ଓ ଚିତ୍ତରଞ୍ଜନ ଦାସ ପ୍ରମୁଖ ଏହି ଶୁଖିଲା ଖାଦ୍ୟ ବୀତରଣ କରିଥିଲେ । ଆଗାମି ଦିନରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବସ୍ତି ଅଂଚଳରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଅଭିଜ୍ଞ ବିଶେଷଜ୍ଞ ତଥା ଟ୍ରଷ୍ଟର ଉପଦେଷ୍ଟା ଡା.ଅଲେଖ ଚନ୍ଦ୍ର ଦାସଙ୍କ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ