ବାଞ୍ଛାନିଧି ଦାସ ,ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କିନ୍ନରଙ୍କୁ ଶୁଖିଲା ଖାଦ୍ୟ ବଂଟନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୫ନମ୍ବର (କ) ଜାତୀୟ ରାଜପଥର କଜଳା ଗଡା ନିକଟରେ ରହୁଥିବା କିନ୍ନରମାନଙ୍କୁ ଆଜି ଶୁଖିଲା ଖାଦ୍ୟ ଚୁଡା, ଅଟା, ବିସ୍କୁଟ, ସାବୁନ ଓ ମାସ୍କ ବଂଟନ କରାଯାଇଛି । ଟ୍ରଷ୍ଟର ସଂଯୋଜକ ତଥା ସମାଜସେବୀ ପ୍ରଦୀପ କୁମାର ମହାନ୍ତି,ସଭ୍ୟ ଗୋଲଖ ଚନ୍ଦ୍ର ପଢିହାରୀ ଓ ଚିତ୍ତରଞ୍ଜନ ଦାସ ପ୍ରମୁଖ କରୋନା ଲକ ଡାଉନ ଯୋଗୁଁ ବହୁ ଅସୁବିଧାରେ ଥିବା କିନ୍ନରମାନଙ୍କୁ ଏହି ଶୁଖିଲା ଖାଦ୍ୟ, ସାବୁନ ଓ ମାସ୍କ ବଂଟନ କରିଥିଲେ ।