ବାତ୍ୟା ଗୁଲ୍‌ଆବ୍ ପାଇଁ ଲୋକଙ୍କୁ ସଚେତନତା ଓ ବୈଠକ ଅନୁଷ୍ଠିତ

ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବର୍ତ୍ତମାନ କୋରନାର ବିପତ୍ତି ଟଳି ନଥବା ବେଳେ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ଗୁଲ୍‌ଆବ୍ ନେଇ ଲୋକଙ୍କ ମନରେ ଛାନିଆ ପଶିଯାଇଛି । ଏହାରି ଭିତରେ ୨୦୧୮ ଅକ୍କୋବର ୧୦ ତାରିଖରେ ହୋଇଥିବା ବାତ୍ୟାର ଭ୍ୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ବାତ୍ୟା ଗୁଲ୍‌ଆବ୍‌କୁ ନେଇ ଗଜପତି ଜିଲ୍ଲା ରାୟଗଡ ବ୍ଲକ ପ୍ରଶାସନ ଅଧିକ ସଜାଗ ହେବା ସହ ଲୋକଙ୍କୁ ସଚେତନତା କରାଇଦେଇଛି । ବାତ୍ୟା ସୂଚନାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଶନିବାର ମାଇକ୍ ଦ୍ୱାରା ରାୟଗଡ ସାପ୍ରାହିକ ହାଟ ଏବଂ ପ୍ରତ୍ୟେକ ଗ୍ରାମ ମାନଙ୍କରେ ଜନ ସଚେତନତା କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ୟୁ ଗିରିଜାପତିଙ୍କ ନିର୍ଦ୍ଦେଶରେ ଆଶାକର୍ମୀ ମାନେ ସନ୍ଧ୍ୟା ସମୟରେ ରାୟଗଡ ସମେତ ପ୍ରତି ଗାଁ ଗାଁରେ ଲୋକଙ୍କୁ ବାତ୍ୟା ସମ୍ପର୍କରେ ସଚେତନ କରାଇଥିବା ଜଣାପଡିଛି । ଆବଶ୍ୟକ ସ୍ଥଳେ ଗର୍ଭବତୀ ଓ ପ୍ରସୂତୀ ମାଁ ଏବଂ ବୃଦ୍ଧ ବୃଦ୍ଧା ଏବଂ ଶଙ୍କଟାପର୍ଣ୍ଣଙ୍କୁ ସ୍ଥାନାନ୍ତର ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୃହ ଗୁଡିକ ପ୍ରସ୍ତୁ କରାଯାଉଥିବା ଜଣାପଡିଅଛି । ଏଥି ସହ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିଛନ୍ତି । ବାତ୍ୟା ମୁକାବିଲା ପାଇଁ ଅପରାହ୍ନ ସମୟରେ ବ୍ଲକ ସଭା ଗୃହ ଠାରେ ବାତ୍ୟା ଗୁଲ୍‌ଆବ୍ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଡିଓ ରାଜା ରଞ୍ଜିତ ପ୍ରତାପ ବଳଙ୍କ ସବାପତିତ୍ୱରେ ଅନୁଷ୍ଠିତ ବୈଠକରେ ପିଡି ଡିଆର୍‌ଡିଏ ଅନାମ ଚରଣ ପାତର୍‌, ପିଏମ୍ ଆଇଟିଡିଏ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ