ଶିବଶଙ୍କର ସ୍ମାରକୀ ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତ ପାଶେରପଡା ଠାରେ ଶିବଶଙ୍କର ସ୍ମାରକୀ ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି। ପ୍ରଥମ ଦିନ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ନିୟୁ ସୋନି ସ୍ପୋର୍ଟସ ପ୍ରୋପାଇଟର ତଥା ବାଲିଗୁଡ଼ା ବ୍ଲକ ବିଜୁ ଯୁବ ଜନତା ଦଳର ସମ୍ପାଦକ ରଞ୍ଜନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସନ୍ତୋଷ କୁମାର ଦିଗାଲ, ସୁବାସ ମଲିକ, କପିଳାସ ସାହୁ, ମାନସ ସାହୁ, ସିମାଞ୍ଚଳ ସାହୁ, ହେମାନନ୍ଦ ମଲିକ, ବିରୁପାକ୍ଷ ସାହୁ, କପିଳ ମଲିକ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ମୋଟ ୩୨ ଟି ଟିମ୍ ଭାଗ ନେଇଛନ୍ତି। ପ୍ରଥମ ଦିନରେ ୨ଟି ମ୍ୟାଚ୍ ଖେଳ ହୋଇଥିଲା। ପ୍ରଥମ ମ୍ୟାଚରେ ମାଟିକୁଟି ବିଜୟ ଲାଭ କରିଥିବା ବେଳେ ଅନ୍ୟ ମ୍ୟାଚ ସିନ୍ଦ୍ରୀଗାଁ ଦଳ ବିଜୟ ଲାଭ କରିଥିଲା। ଏହି ଟୁର୍ନାମେଣ୍ଟରେ ଶିବଶଙ୍କର ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ