ବାତ୍ୟା ଫନି ପାଇଁ ୫ ଦଫା ଦାବି କଲା ଏସ୍ୟୁସିଆଇ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ବାତ୍ୟା ଫନିରେ କ୍ଷତିଗସ୍ତ ହୋଇଥିବା ଲୋକମାନଙ୍କୁ ସହାୟତା ପାଇଁ ଏସ୍ୟୁସିଆଇ ନାଉଗାଁ ଆଂଚଳିକ କମିଟି ପକ୍ଷରୁ ୫ ଦଫା ସମ୍ବଳିତ ଦାବିପତ୍ର ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ପ୍ରଦାନ କରାଯାଇଛି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ନିରପେକ୍ଷ ଭାବେ ଚିହ୍ନଟ କରି ଏକ ମାସ ପର୍ଯ୍ୟନ୍ତ ଚାଉଳ, ଡାଲି ଓ ଗୋ ଖାଦ୍ୟ ପ୍ରଦାନ, ଉଡିଯାଇଥିବା ଚାଳ ଓ ଆଜବେଷ୍ଟ ଘରକୁ ଚିହ୍ନଟ କରି ସେମାନଙ୍କୁ କ୍ଷତିପୁରଣ ଦିଆଯାଉ,କ୍ଷତିଗ୍ରସ୍ତ ପରିବାରଙ୍କୁ ମାଗଣାରେ ବିଦ୍ୟୁତ ସଂଯୋଗ କରାଯାଉ,ବିଦ୍ୟୁତ ସଂଯୋଗ ପାଇଁ ଆଦାୟ ହୋଇଥିବା ଅର୍ଥକୁ ଫେରସ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇ ଓ ଡାଳୁଅ ଧାନ, ମୁଗ, ପନିପରିବା, ନଡିଆ, ଆମ୍ବ ଓ କଦଳୀ ଗଛ ଭାଙ୍ଗି ଯାଇଥିବା ଚାଷୀମାନଙ୍କୁ ଉପଯୁକ୍ତ କ୍ଷତି ପୁରଣ ଦିଆଯିବା ପାଇଁ ଦାବିପତ୍ରରେ ଦର୍ଶାଇଯାଇଛି ।ଏଥିରେ ସୁବାସ ସ୍ୱାଇଁ.ମହେଶ୍ୱର ଦାସ,ରଂଜିତ ଜେନା,ଆରତ ଦାସ, ଲଳିତ କୁମାର ଭୋଇ ପ୍ରମୁଖ ସାମିଲ ଥିଲେ । ଏ ସଂପର୍କରେ ନାଉଗାଁ ବ୍ଲକ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ