ବାତ୍ୟା ଫୋନି ପାଇଁ ଜାରୀ ହେଲା ହେଲ୍ପ ଲାଇନ ନମ୍ବର
ମାଡି ଆସୁଛି ମହାବାତ୍ୟା ଫୋନି ସାମୁଦ୍ରିକ ବାତ୍ୟାର ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ତପ୍ତର ହୋଇଉଠିଲେଣୀ । ଲୋକ ମାନଙ୍କର ସୁବିଧା ଅସୁବିଧା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ ନମ୍ବର ଜାରୀ କରିଛନ୍ତି । ହେଲ୍ପ ଲାଇନ ନମ୍ବର ୧୦୭୦ ଓ ୧୦୬୬ ରେ ଯୋଗାଯୋଗ କରି ସମସ୍ତ ପ୍ରକାର ସହାୟତା ପାଇପାରିବେ । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଟୁ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି । ଆସନ୍ତା କାଲି ଠାରୁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ଚଳିତ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରିଦିଆଯାଇଛି । ଆସନ୍ତା କାଲି ଠାରୁ ପ୍ରବଳ ବର୍ଷା ଆରମ୍ଭ ହେବ ।