ବାଧ୍ୟକ୍ୟ ଭତ୍ତାରୁ ବଞ୍ଚିତ ପ୍ରମୋଦ
କୁଚିଣ୍ଡା : (ଲିପନ ନାଏକ ) : ‘ବୟସ ୬୨ ଟପିଲାଣି l ମୋ ଠାରୁ ସାନ ଲୋକଙ୍କୁ ଭତ୍ତା ମିଳୁଛି l ବାବୁ, ମୋ ଉପରେ ବି ଟିକେ କୃପା କରନ୍ତୁ l ଭତ୍ତା ଗାଣ୍ଡକ ମିଳିଲେ ମୋ ତେଲଲୁଣର ସଂସାର ଚଳି ଯାଆନ୍ତା l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଲାଡ଼ (ଡୁଙ୍ଗାଘାଟ ପଡ଼ା) ଗ୍ରାମର ପ୍ରମୋଦ ଲୁହା(୬୨) ଭତ୍ତା ପାଇବା ପାଇଁ ସରକାରୀ ବାବୁ ମାନଙ୍କୁ ଏମିତି ନେହୁରା ହେଉଛନ୍ତି l ହେଲେ ପଞ୍ଚାୟତରୁ ବ୍ଲକ ସବୁଠି ଗୁହାରୀ କରିବା ସତ୍ୱେ କେହି ତାଙ୍କ କଥା କେହି କର୍ଣ୍ଣପାତ କରୁନଥିବା ପ୍ରମୋଦ ପ୍ରକାଶ କରିଛନ୍ତି l ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଆମେ ସମସ୍ତ କାଗଜ ପତ୍ର ପଠେଇ ଦେଇଛୁ l ଭତ୍ତା ନ ଆସିଲେ ଆମେ କଣ କରି ପାରିବୁ କହି ଦୋଷ ଝାଡ଼ି ଦେଉଛନ୍ତି l ଜିଲ୍ଲା ପ୍ରଶାସନ ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ଅସହାୟ ବୃଦ୍ଧଙ୍କ ଉପରେ ଯଥାଶୀଘ୍ର ଦୃଷ୍ଟି ଦେଇ ଭତ୍ତା ଯୋଗାଇଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ l