ବାବା ଭୁଜାଖିଆ ପୀରଙ୍କ ବାର୍ଷିକ ଉର୍ସ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଭାଇଚାରାର ପ୍ରତୀକ ସୁନଟସ୍ଥିତ ‘ବାବା ଭୁଜାଖିଆ ପୀର’ଙ୍କ ୭୮ ତମ ୩ ଦିନିଆ ବାର୍ଷିକ ଉତ୍ସବ ‘ଉର୍ସ’ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନରେ ଆଜି ଗୋସାଲ, କୋରାନ ପାଠ, ମିଲାତ ସରିଫ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋସାଲ କାର୍ଯ୍ୟକ୍ରମରେ ସକାଳୁ ସ୍ଥାନୀୟ ପରମିଟ ଘାଟରୁ ପାଣି ଆଣାଯାଇ ବାବାଙ୍କ ଆସ୍ଥାନରେ ସିଞ୍ଚନ ପରେ ଚାଦର ଚଢ଼ାଯାଇ ସାମୂହିକ କୋରାନ ପାଠ କରାଯାଇଥିଲା । ବିହାରର ଅମଜେର ସରିଫର ବିଶିଷ୍ଟ ଧର୍ମଗୁରୁ ସୟଦ ଜମାଲୁଦ୍ଦିନ ଅବଦୁଲ କାଦ୍ରି, ଶେଖ ଜହିରୁଦ୍ଦିନ୍‌, ଶେଖ ରଫିକ, ଶେଖ ଅବଦୁଲ ଲତିକ, ଶେଖ ଅବଦୁଲ ମୋହିତ, ଶେଖ ଅବଦୁଲ ଗୁରୁହାନ, ଶେଖ ଶାମସୁଦ୍ଦିନ, ହାପିଜ ବାଦରୁଲ ହସନ, ଶେଖ ସଲିମ, ଶେଖ ଅବଦୁଲ ଇସଲାମ, ଶେଖ ଅବଦସୁଲ କାମିଲ ପ୍ରମୁଖ ଏହି ଗୋସାଲ କାର୍ଯ୍ୟକମ୍ରରେ ଯୋଗ ଦେଇଥିଲେ । ପରେ ଭକ୍ତମାନେ ଦିବସବ୍ୟାପୀ ବାବାଙ୍କୁ ଦର୍ଶନ ସହ ଚାଦର ଚଢାଇଥିଲେ । ଶ୍ରଦ୍ଧାଳୁମାନେ ପୀଠରେ ଲଡୁ, ଗଜା, କୋରା, ଖଜା ଇତ୍ୟାଦି ଶୁଖିଲା ମିଷ୍ଠାନ୍ନ ଭୋଗ ଲଗାଇ ବାଣ୍ଟିଥିଲେ । ବାବାଙ୍କ ଉର୍ସରେ ଦେଖା ଦେଇଥିବା ଜନଗହଳିକୁ ନିୟନ୍ତ୍ରଣ ଓ ଶାନ୍ତିଶଙ୍ଖଳା ରକ୍ଷା ପାଇଁ ଶାନ୍ତି କମିଟି ତଥା ଜିଲା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୨୬ଜଣ ଏସଆଇ ଓ ଏଏସଆଇ ଏବଂ ୧୩ ସେକ୍ସନ ପୁଲିସ ଫୋର୍ସ ସହ କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି । ବାବାଙ୍କ ପ୍ରତି ମନରେ ଦୃଢ ବିଶ୍ୱାସ ରଖି ପ୍ରତ୍ୟେକ ବର୍ଷ ଉର୍ସ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଭକ୍ତ ଏଠାକୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ