ବାବା ସାହେବଙ୍କ ଜୟନ୍ତୀ ଓ ସମରସତା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତୀୟ ଜନତା ପାର୍ଟି ୬ ଏପ୍ରିଲରୁ ପ୍ରତିଷ୍ଠା ଦିବସରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ପାଳନ କରୁଥିବା ସମରସତା କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଆଜି ଭାରତରତ୍ନ ପୁଜ୍ଯ ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀକୁ ପ୍ରତିବର୍ଷ ଭଳି ସମରସତା ଦିବସ ଭାବେ ରାଷ୍ଟ୍ର ବ୍ଯାପି ପାଳନ କରୁଛି। ସେହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟିର ବାଲେଶ୍ବର ଜିଲ୍ଲା କାର୍ଯ୍ଯାଳୟରେ ଅନୁରୂପ କାର୍ଯ୍ଯକ୍ରମ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପୌରହିତରେ ଉକ୍ତ ସଭା କାର୍ଯ୍ଯକୁ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ପରିଚାଳନା କରିଥିଲେ । ବାବା ସାହେବଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପ ଦୀପ ଅର୍ପଣ ଉପରାନ୍ତେ ସାମୁହିକ ବନ୍ଦେ ମା’ତରମ ଗାନ ପରେ ସଭାକାର୍ଯ୍ଯ ସମ୍ପୂର୍ଣ୍ଣ କୋଭିଡ଼ ନିୟମକୁ ପାଳନ କରି ଆରମ୍ଭ ହୋଇଥିଲା। ଆଜିର ସଭାରେ ବକ୍ତା ଭାବେ ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ଏସିମୋର୍ଚ୍ଚା ଜିଲ୍ଲା ସଭାପତି ମୃତ୍ଯୁଞ୍ଜୟ ଜେନା, ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା, ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି, ଜିଲ୍ଲା ଉପସଭାପତି କମଳଲୋଚନ ଦାସ, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଉପସଭାପତି ମୀନାକ୍ଷୀ ମହାପାତ୍ର, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ଆଇନଜୀବୀ ବିଜୟ ପାଣୀଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ବର ବେହେରା, ସଂକୃତାଚାର୍ଯ୍ୟ ସନ୍ତୋଷ ସେଠୀ ଓ ଜିଲ୍ଲା ସମ୍ପାଦିକା ଭାରତୀ ମଲ୍ଲିକ ବାବା ସାହେବଙ୍କ ଜୀବନୀ, ବାବା ସାହେବଙ୍କ ଚିନ୍ତାଧାରା, ରାଷ୍ଟ୍ରୀୟ ଭାବନା, ବାଲ୍ଯ ଜୀବନ, ସାମାଜିକ ସମରସତା, ସାମାଜିକ ଏକତା ଇତ୍ୟାଦି ଉପରେ ଆଲୋକପାତ ଓ ଆଲୋଚନା କରିଥିଲେ। ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ, ସୁବୋଧ ଚନ୍ଦ୍ର ପଣ୍ଡା, ସଭା ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ସୀତାରାମ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସରୀତା ଗିରୀ, ଓ୍ବାଡ଼ ମେମ୍ବର ବନଲତା ବେହେରା, ଓ୍ବାଡ଼ ମେମ୍ବର କୁମୁଦିନି ମହାପାତ୍ର, ଜିଲ୍ଲା ସମ୍ପାଦିକା ରେଣୁ ବିଶ୍ବାଳ, ଏସିମୋର୍ଚ୍ଚା ପୁର୍ବତନ ସଭାପତି ଜୟନ୍ତ ଜେନା, ସରପଞ୍ଚ ସୁଚିସ୍ମିତା ସେଠୀ, ଜିଲ୍ଲା କୋଷାଧ୍ୟକ୍ଷ ଜ୍ଞାନ ରଞ୍ଜନ ଦାସ୍, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ନଗର ମହିଳାମୋର୍ଚ୍ଚା ସଭାପତି ସୁସ୍ମିତା ପଣ୍ଡା, ମହିଳାମୋର୍ଚ୍ଚା ନଗର ସମ୍ପାଦିକା ଜୁବଲୀ ମହାନ୍ତି, ମନୋଜ କୁମାର ପଦାର, ରଂଜିତ କୁମାର ପୃଷ୍ଟି , ପ୍ରକାଶ କୁମାର ନାୟକ , ଅଜେନ୍ଦ୍ର ନାଥ କାନ୍ଦି , ପରୀକ୍ଷିତ ଗିରି , ସୁଜାତା ରାଣୀ ସିଂହ , ସ୍ୱର୍ଣ୍ଣ ପ୍ରିୟା ନାଥ , ବିଜୟ ନାୟକ, ରାଜାରାମ ମହାପାତ୍ର , ବିପ୍ଳବ କେଶରୀ ଯାଦବ , ସ୍ବାଧୀନ ପଣ୍ଡା, ସବିତା ପାଣିଗ୍ରାହୀ, ସନ୍ତୋଷ କୁମାର ସେଠି , ରାଧାକୃଷ୍ଣ ଦାସ , ସୁଭଦ୍ରା ମଣ୍ଡଳ , ପ୍ରଶାନ୍ତ ପରିଡା , ଶାନ୍ତନୁ ବାରିକ , ମହେଶ ଚନ୍ଦ୍ର ସିଂହ , ଉମାକାନ୍ତ ମାଝୀ, ରଂଜିତ କୁମାର ରଥ , ଜ୍ୟୋତିଶଙ୍କର ଦାସ , ଡଲୀ ରାଣୀ ଦେ , ସଭାକର ସାହୁ ଓ ରାମ ଚନ୍ଦ୍ର ଭଦ୍ରା ପ୍ରମୁଖ ଅଂଶଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ