ବାମନଘାଟି ବ୍ରାହ୍ମଣ ସମାଜ ପକ୍ଷରୁ କିଡନୀ ଆକ୍ରାନ୍ତଙ୍କୁ ୧୬,୩୦୦ ଟଙ୍କା ପ୍ରଦାନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାମନଘାଟୀ ବ୍ରାହ୍ମଣ ସମାଜ ଅସହାୟ, ରୋଗାକ୍ରାନ୍ତ ବ୍ରାହ୍ମଣ ମାନଙ୍କୁ ପାଇଁ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇଛି । ମାର୍ଚ୍ଚ ମାସରେ ବିଶ୍ୱରେ କରୋନା ଦୂର କରିବା ପାଇଁ ଏକ ଯଜ୍ଞ ପୂର୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା । ରାଇରଙ୍ଗପୁର ପୌରାଞ୍ଚଳର ମହୁଲଢିହା କଲୋନୀ ରେ ମୁନା ପ୍ରହରାଜ ନାମକ(ବ୍ରାହ୍ମଣ) ଜଣେ ଯୁବ ଚାଷୀ ଓ ପାନ ଦୋକାନୀ କିଡନୀ ରୋଗରେ ବର୍ଷେରୁ ଉର୍ଦ୍ଧ୍ବ ହେଲା କୀଡନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ନିଜ ପରିବାର ସହ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି ।ଘରକୁ ଏକୁଟିଆ ରୋଜଗାରିଆ ଥିଲେ । ଅର୍ଥ ସାଜିଛି ବାଧକ । ବର୍ତମାନ ଆଖିକୁ କମ୍ ଦେଖା ଯାଉଛି । ଖବର ବାମନଘାଟି ବ୍ରାହ୍ମଣ ସମାଜର ସଦସ୍ୟ ମାନେ ନିଜ ଭିତରେ କିଛି କିଛି ଅର୍ଥ ଯୋଗାଡ଼ କରି ୧୬,୩୦୦ ଟଙ୍କାର ସହାୟତା ରାଶି ତାଙ୍କ ନିଜ ଘରେ ପହଞ୍ଚି ମୁନା ପ୍ରହରାଜଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାମନଘାଟି ବ୍ରାହ୍ମଣ ସମାଜ ସଭାପତି ତଥା ପୂର୍ବତନ ରାଇରଙ୍ଗପୁର ଓକିଲ ସଂଘ ସଭାପତି ପ୍ରଭାସ କବି, ନୃସିଂହ ଚରଣ ଦାସ, ସୁଶାନ୍ତ ଶର୍ମା, ଶିକ୍ଷକ ଜନ୍ ରଂଜନ ଦାସ,ଜୟକ୍ରିଷ୍ନା ଦାସ ପ୍ରମୁଖ ସାମିଲ ହୋଇଥିଲେ । ପୂର୍ବରୁ ବ୍ରାହ୍ମଣ ସମାଜ ପକ୍ଷରୁ ମାର୍ଚ୍ଚ ମାସ ଯଜ୍ଞରେ ୯ ଜଣ ଅସହାୟ ବ୍ରାହ୍ମଣ ପିଲାଙ୍କର ମାଗଣାରେ ବ୍ରତୋପୟନ କରାଯାଇଥିଲା ।