ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ
କଟକ, (ଓ୍ବାଇଏନଏସ) : କଟକ ଚାଉଳିଆଗଞ୍ଜର ତଳସାହିରେ ଅବସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ପରିଚାଳନା କମିଟି ଦ୍ୱାରା ଏବର୍ଷର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଉତ୍ସବ ଶ୍ରଦ୍ଧାଳୁ ମାନେ ଭକ୍ତି ଓ ଶ୍ରଦ୍ଧାଭାବରେ ମହାସମାରୋହ ପରିବେଶରେ ପାଳନ କରିଥିଲେ । ପ୍ରଭୁଙ୍କ ଅନୁଗ୍ରହରେ ଭକ୍ତମାନଙ୍କର ଉପସ୍ଥିତିରେ ପୂଜା, ପାଠ, କୀର୍ତ୍ତନ ଓ ପ୍ରସାଦ ବଣ୍ଟନ ଆୟୋଜିତ ହୋଇଥିଲା, ଏହି ଉତ୍ସବ ପାଳନ ପରେ ସମସ୍ତ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ଆଶୀର୍ବାଦ ଲାଭ କରିବା ସହ ନିଜକୁ ଧନ୍ୟ ମନେ କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ରାଧାକୃଷ୍ଣ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ସ୍ବାଇଁ, ସମ୍ପାଦକ ଶ୍ରୀଯୁକ୍ତ ଶିଶିର କୁମାର ପାତ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପୃଷ୍ଟି, ଉପଦେଷ୍ଟା ମଣ୍ଡଳୀର ସମସ୍ତ ବରିଷ୍ଠ ସଦସ୍ୟ, ସହିତ ଯୁବ ସଦସ୍ୟମାନେ ସୁଚାରୁରୂପେ ପରିଚାଳନା କରିଥିଲେ।


