ବାମନଘାଟୀ ମୁଣ୍ଡା ସାଂସ୍କୃତିକ ମହୋତ୍ସବ

ମୟୁରଭଞ୍ଜ, (ଯୁଗାଦ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ଗ୍ରାମସ୍ଥ ବିର୍ସା ମଇଦାନରେ ରବିବାର ଦିନ ଭାରତ ମୁଣ୍ଡା ସମାଜ ତରଫରୁ ‘ବାମନଘାଟୀ ମୁଣ୍ଡା ସାଂସ୍କୃତିକ ମହୋତ୍ସବ’ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ମୁଖ୍ୟ ଅତିଥି, ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ସମ୍ମାନିତ ଅତିଥି ମୟୂରଭଞ୍ଜ ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ସମ୍ମାନିତ ଅତିଥି ସାରସକଣା ବିଧାୟକ ଡାକ୍ତର ବୁଢ଼ାର ମୁର୍ମୁ, ସମାଜସେବୀ ସଂଜୀବ ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟ ଗୁରୁବାର ମୁର୍ମୁ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଅର୍ଜ୍ଜୁନ ମୁଣ୍ଡା ସମାଜର ପ୍ରାତଃ ସ୍ମରଣୀୟ ଗୁରୁ ତଥା ମୁଣ୍ଡାରି ଲିପି ସ୍ରଷ୍ଟା ରୋହିଦାସ ସିଂ ମୁଣ୍ଡା ଏବଂ ସନାତନ‌ ମୁଣ୍ଡାଙ୍କ ଫଟୋଚିତ୍ରରେ ପୁ ଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଅର୍ଜ୍ଜୁନ ମୁଣ୍ଡା କହିଥିଲେ ଭାଷା, ସଂସ୍କୃତି ସମସ୍ତଙ୍କୁ ଯୋଡିଥାଏ ଏବଂ ସମାଜରେ ଏକ ପରିଚୟ ଦେଇ ଥାଏ । ମହୋତ୍ସବ ହିଁ ସଂସ୍କୃତି , ଭାଇଚାରା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ । ମୁଣ୍ଡା ସଂସ୍କୃତିର ଏକ ସ୍ବତନ୍ତ୍ର ପରିଚୟ ଅଛି । ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ସଦା ସର୍ବଦା ଚେଷ୍ଟିତ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶିକ୍ଷା, ବିଜୁଳି,ପାଣି,ସଡ଼କ, ସ୍ବାସ୍ଥ୍ୟ,ଓ ଜୀବିକା ନେଇ କେନ୍ଦ୍ର ସରକାର ବହୁ ଜନ କଲ୍ୟାଣ ଯୋଜନା ହାତକୁ ନେଇଛନ୍ତି । ପରେ ଅନ୍ୟ ଅତିଥି ଗଣ ଆଦିବାସୀଙ୍କ କଳା ସଂସ୍କୃତି ପାଇଁ ଭାରତ ବିଶ୍ବରେ ଏକ ପରିଚୟ ସୃଷ୍ଟି କରିପାରିଛି । ପରେ ମୁଣ୍ଡାରି ବାନ୍ଧି ପରୀକ୍ଷା, ଚିତ୍ରାଙ୍କନ, ବଂଶୀବାଦନ, କେନ୍ଦ୍ରା ବାଦନ,କରମ ନାଚ,ଜାଦୁର ନାଚର ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ