ବାରଗାଦି ମେଳଣ ପଡ଼ିଆ ରେ ଲଉଡି ଖେଳ
ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ବୌଦ୍ଧ ପୂର୍ଣ୍ଣିମା ଅବସର ରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ନିକଟସ୍ଥ ରତ୍ନବଟ ସଭାମଣ୍ଡପ ସାନହୁଲି ଠାରେ ବାସୁଦେବ ଭାଗବତ ବାରଗାଦି ଠାକୁର ଙ୍କ ମେଳଣ ଅନୁଷ୍ଠିତ ହୋଇଥିଲା।ଏହି ମେଳନ ପଡ଼ିଆ ରେ ବାରଗାଦି ମେଳନ କମିଟି ପକ୍ଷରୁ ପାରମ୍ପରିକ ଲଉଡ଼ି ଖେଳ ଓ ଆତସବାଜି ପ୍ରଦର୍ଶନ କରା ଯାଇଥିଲା। ମେଳନ କମିଟି ର ସଭାପତି ସନ୍ତୋଷ କୁମାର ତ୍ରିପାଠୀ, ସମ୍ପାଦକ ଲଷ୍ମୀଧର ବେହେରା, ରତ୍ନବଟ ର ପୂଜକ ରାଜକିଶୋର ଶତପଥୀ, ବ୍ରଜବନ୍ଧୁ କର, ସନ୍ତୋଷ କୁମାର ମହାପାତ୍ର, ଚକ୍ରଧର ପାଣି, ହରେକୃଷ୍ଣ ଶତପଥୀ, ସୁବାସ ଚନ୍ଦ୍ର ସାହୁ, ବିଜୟ ଶତପଥୀ, କିଶୋର କୁମାର ଶତପଥୀ ପ୍ରମୁଖ ଙ୍କ ତତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ କରାଯାଇଥିଲା।