ବାରପୁଡୁଗିଆ ଗଉଁନ୍ତିଆ ଯଜ୍ଞେଶ୍ୱର ସାଏଙ୍କ ପରଲୋକ
ବଲାଙ୍ଗିର, (ଯୁଗାବ୍ଦ ନ୍ୟୁଜ):ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମର ଗଉଁନ୍ତିଆ ଯଜ୍ଞେଶ୍ୱର ସାଏଙ୍କ ୮୦ ବର୍ଷ ବୟସରେ ସ୍ୱରାଜ ହସପିଟାଲ ରେ ହୃତଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସହଧର୍ମିଣି ନୂଆଦେଇ ସାଏ ଙ୍କ ସହ ତିନି ପୁତ୍ର ନୃପରାଜ, ବିଶ୍ୱରାଜ, ଇଂ. ବିଘ୍ନରାଜ ଏବଂ ଏକମାତ୍ର ଝିଅ ମମତା ଉପସ୍ଥିତ ଥିଲେ । ସେ ଜଣେ ଉଚ୍ଚ ଶିକ୍ଷିତ, ଧର୍ମପରାୟଣ, ମିଷ୍ଟଭାଷୀ ଏବଂ ଭଲ ଚାଷୀ ଭାବରେ ଅଂଚଳରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ମୃତ୍ୟୁ ଖବର ରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ମାନ୍ୟବର ବିଧାୟକ ନରସିଂହ ମିଶ୍ର ଜଣେ ଭଲ ବନ୍ଧୁଙ୍କୁ ହରାଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଏବଂ ଶୋକାକୂଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ନାଗରିକ କମିଟି ସଭାପତି ଇଂ. ବେଲାରସେନ ଭୋଇ, ନାଟ୍ୟ ଗୁରୁ ଜଗଦାନନ୍ଦ ଛୁରିଆ, ଚୁଡ଼ାପାଲି ଗୌନ୍ତିଆ ଲୋକନାଥ କୁମୁରା, ବିଶିଷ୍ଟ ଶିକ୍ଷାବିତ ଦିଗାମ୍ବର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା, ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଅନ୍ତେଷ୍ଟିକ୍ରିୟାରେ ଜୟକୃଷ୍ଣ ମିଶ୍ର, ଗୌତମ ମହଲା, ଚୈତନ୍ୟ ସା, ମଦନ ସାହୁ, ରମେଶ ମହଲା, ଭରତ ବରିହା, ସନ୍ତୋଷ ନାରାୟଣ ମିଶ୍ର, ଗୁହାଲୁ ସା, ସଦାନନ୍ଦ ମହଲା, ମଙ୍ଗଲୁ ସା, ସୁରେଶ , ପିଙ୍କୁ, ଅଚ୍ୟୁତ, ସୁନ୍ଦର, ଲବ, ପାଣ୍ଡବ, ଧୋବା, ଯୁକଡ, ଲାଲ ନାଏକ, ହୃଦୟାନନ୍ଦ ମିଶ୍ର, ଲକ୍ଷ୍ମୀକାନ୍ତ ସାହୁ ଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।