ବାରମ୍ବାର ଅଭିଯୋଗ ପରେବି ଶୁଣିଲାନି ପ୍ରଶାସନ

ହାଟଡିହି, (ବିକାଶ ବିଶ୍ୱାଳ):କେବଳ ୱାର୍ଟର ପ୍ରୋଜେକ୍ଟର ବିଦ୍ୟୁତ ବିଲ ବର୍ଷକୁ ୧୫ ଲକ୍ଷ । ପଞ୍ଚାୟତର ଷ୍ଟ୍ରିଟ ଲାଇଟ ଓ ପଞ୍ଚାୟତ କାର୍ଯ୍ୟାଳୟର ବିଦ୍ୟୁତ ବିଲ ହେଉଛି ୩ଲକ୍ଷ । ମୋଟ ୧୮ଲକ୍ଷ ବିଦ୍ୟୁତ ବିଲ । ଏହା କୌଣସି କଳକାରଖାନାର ବିଦ୍ୟୁତ ବିଲ ନୁହଁ କି କୌଣସି ଖଣିର । ଏହା ଏକ ଆଦିବାସୀ ବହୁଳ ପଞ୍ଚାୟତର ବର୍ଷକୁ ଆସୁଥିବା ବିଦ୍ୟୁତ ବିଲ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ୱାର୍ଟ ପ୍ରୋଜେକ୍ଟ ର ବିଦ୍ୟୁତ ବିଲ ହେଉଛି ମାସକୁ ଲକ୍ଷେ ତିରିଶ ହଜାର ଟଙ୍କା ଓ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲାଗିଥିବା ଷ୍ଟ୍ରିଟ ଲାଇଟ ବାବଦକୁ ବିଲ ହେଉଛି ୩ଲକ୍ଷ ଏପରି ମୋଟ ବିଲ ଆସୁଛି ୧୮ଲକ୍ଷ ଟଙ୍କା । ପୁଣି ବକେୟା ବିଦ୍ୟୁତ ବିଲ ଅଛି ୨୧ଲକ୍ଷ ଟଙ୍କା । ତେଣୁ ପଞ୍ଚାୟତ ଏହି ବିଦ୍ୟୁତ ବିଲ ପୈଠ କରିବାକୁ ଟଙ୍କା ଆଣିବ କେଉଁଠୁଁ । ପଞ୍ଚାୟତକୁ ପ୍ରତିବର୍ଷ ୩୨ଲକ୍ଷ ଟଙ୍କା ଆସୁଥିବାବେଳେ ପଞ୍ଚାୟତର ଅନ୍ୟାନ୍ୟ ଉନ୍ନୟନକାମ କିପରି ହେବ ବୋଲି ଆପତ୍ତି ଉଠାଇଛନ୍ତି ସରପଞ୍ଚ ସୁବାସିନି ସେଠୀ । ତାଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତରେ ୮ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛି । ଏହା ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାରୁ ଓ ପ୍ରତି ଗାଁରେ ପାନୀୟଜଳର ଅଭାବକୁ ଦୁର କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଢ଼େଙ୍କା, ବାରିଗାଁ, କଣିଆରୀ, ମୋଟରାଗଡିଆ, ଝଣଝଣା, ପୁରୁଣାପାଣି, କାଳିଆମ୍ବ, ସଙ୍ଗମ ଆଦି ଗାଁରେ ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକାରୀ କରି ପାନୀୟଜଳ ଯୋଗାଇ ଦିଆଯାଉଛି । କିନ୍ତୁ ଏହାର ମରାମତି ଓ ବିଦ୍ୟୁତ ବିଲ ପଞ୍ଚାୟତ ହିଁ ପୈଠ କରିବ । ଯାହାକି ଘୋଡା ୬ଟଙ୍କାକୁ ଦାନା ୯ଟଙ୍କା ସଦୃଶ ହୋଇଯାଇଛି । ବିଦ୍ୟୁତ ବିଲ ବାବଦକୁ ୧୮ଲକ୍ଷ ଯିବାପରେ ଜଳ ଯୋଗାଣ ପାଇଁ ୨ଜଣ ଏସିଏମ ଓ ୮ଜଣ ଅପ;ରଟରଙ୍କ ପାିଁ ମାସକୁ ୨ହଜାର କରି ବର୍ଷକୁ ୨ଲକ୍ଷ ୪୦ହଜାର ଯଙ୍କା ଖର୍ଚ୍ଚ ହେଉଛି । ତା ପରେ ପୁଣି ପଞ୍ଚାୟତର ଅନୁସଙ୍ଗିକ ଖର୍ଚ୍ଚ ଅଛି । ପଞ୍ଚାୟତର ଅନ୍ୟ କିଛି ରୋଜଗାର ନଥବବାବେଳେ କେବଳ ସରକାରୀ ଅନୁଦାନରେ ହିଁ ପଞ୍ଚାୟତଟି ଚାଲେ । ତେଣୁ ପଞ୍ଚାୟତର ବିକାଶ କିପରି ହେବ ବୋଲି ସରପଞ୍ଚ ଶ୍ରୀମତୀ ସେଠୀ ପ୍ରଶ୍ନ କରିଛନ୍ତି । ତାଙ୍କ କହିବାନୁଯାଇ ପଞ୍ଚାୟତର କଣିଆରୀ ପାନୀୟ ଜଳପ୍ରକଳ୍ପ ପାଇଁ ମାସକୁ ୨୦ହଜାର, ମଟରାଗାଡିଆ ପ୍ରକଳ୍ପ ପାଇଁ ୧୦ହଜାର, ବାରିଗାଁ ପ୍ରକଳ୍ପ ପାଇଁ ୧୦ହଜାର, ଢ଼େଙ୍କା ପାନୀୟଜଳ ପ୍ରକଳ୍ପ ପାଇଁ ୩୦ହଜାର, ଝଣଝଣା ପ୍ରକଳ୍ପ ପାଇଁ ୬ହଜାର, କାଳିଆମ୍ବ ପ୍ରକଳ୍ପ ପାଇଁ ୬ହଜାର, ପୁରୁଣାପାଣି ପ୍ରକଳ୍ପ ପାଇଁ ୧୦ହଜାର, ସଙ୍ଗମ ପ୍ରକଳ୍ପ ପାଇଁ ୧୨ହଜାର ଟଙ୍କାର ବିଦ୍ୟୁତ ବିଲ ଆସୁଛି । ଯାହାକି ପ୍ରତିମାସ ପଞ୍ଚାୟତ ଏହି ବିଦ୍ୟୁତ ବିଲ ପୈଠ କରିବାକୁ ପଡୁଛି । ତେଣୁ ଏତେ ଟଙ୍କା କେଉଁଠୁ ଆସିବ ଯେ ପ୍ରକଳ୍ପ ଚାଲିବ । ପଞ୍ଚାୟତର ଯାହା ଅନୁଦାନ ଆସିଲା ଓ ପଞ୍ଚାୟତର ରୋଜଗାର ସବୁତ ବିଦ୍ୟୁତ ବିଲରେ ଖର୍ଚ୍ଚ ହେବ, ତେଣୁ ପଞ୍ଚାୟତର ବିକାଶ ହେବ କିପରି ବୋଲି ସେ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ବିଦ୍ୟୁତ ବିଲ ବାବଦକୁ ୨୧ଲକ୍ଷ ଟଙ୍କା ବାକି ଥିବାବେଳେ ଚଳିତବର୍ଷର ବିଦ୍ୟୁତ ବିଲ ପାଇଁ ୧୫ଲକ୍ଷ ଟଙ୍କା ଉନ୍ନୟନ ତାଲିକାରେ ରଖିବାକୁ ବ୍ଲକ କର୍ତ୍ତୁପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ପୁରୁଣା ଓ ନୁଆ ବିଲକୁ ଲଗାଇ ମୋର୍ଟ ୩୬ଲକ୍ଷ ହେଉଥିବାବେଳେ ପଞ୍ଚାୟତକୁ ଆସିବ ମାତ୍ର ୩୨ଲକ୍ଷ । ଯାହାକି ଆହୁରି ୪ଲକ୍ଷ ଅଭାବ ରହିବ । ଏନେଇ ପଞ୍ଚାୟତର ସରପଞ୍ଚ, ନିର୍ବାହୀ ଅଧିକାରୀ ଓ ୱାର୍ଡସଭ୍ୟସଭ୍ୟା ମାନେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ଢ଼େଙ୍କା ପଞ୍ଚାୟତକୁ ଅଧିକ ଅନୁଦାନ ବଢ଼ାଇବାକୁ ଅନୁରୋଧ କରିଥିଲେ ବି ସେମାନେ କୌଣସି ପଦକ୍ଷେପ ନନେବାରୁ ଗତ ଜୁନ ମାସ ୧୧ତାରିଖରେ ୫-ଟି ସଚିବଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସସି ପଦକ୍ଷେପ ନିଆଗଲା ନାହିଁ । ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନା କରୁଥିବାବେଳେ ଢ଼େଙ୍କା ପଞ୍ଚାୟତରେ ବିକାଶ ସମ୍ଭବ ହୋଇ ପାରୁନି । ଯାହା ଅନୁଦାନ ଆସୁଛି ସେଥିରୁ କେବଳ ଏହି ପାନୀୟଜଳ ପ୍ରକଳ୍ପର ବିଦ୍ୟୁତ ବିଲ୍ ଓ ମରାମତି ପାଇଁ ସବୁ ଖର୍ଚ୍ଚ ହୋଇ ଯାଉଛି । ତେଣୁ ପଞ୍ଚାୟତର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସରପଞ୍ଚ ସୁବାସିନି ସେଠୀ, ନାଏବ ସରପଞ୍ଚ ରୋନାଲିଶା ରାଉତ,ୱାର୍ଡସଭ୍ୟ ନିରଞ୍ଜନ ମୁଦୁଲି, ଅଭୟ ସେନାପତି, କୁଶଧ୍ୱଜ ପାତ୍ର, ବାସନ୍ତୀ ପଲେଇ, ଚନ୍ଦ୍ରିିକା ଝାଲିଆଳ, ଶଙ୍କର୍ଶଣ ଟୁଡୁ, ପୁର୍ଣ୍ଣିମା ଦେହୁରୀ, ଭାରତୀ ଜେନା, ରଶ୍ମୀରେଖା ଜେନା, ରଶ୍ମୀରଞ୍ଜନ ସେଠୀ, କୁଲୁ ନାଇକ, ଭାନୁ ।ଙ୍କର ପାତ୍ର, ଜ୍ୟୋତିରଞ୍ଜନ ଦାଶ, ଶଙ୍କରୀ ଦେହୁରୀ, ଶାନ୍ତିଲତା ସେଠୀ, ସ୍ୱର୍ଣ୍ଣପ୍ରଭା ପରିଡା, ଦୈତାରୀ ସେଠୀ, ରାମ ଚନ୍ଦ୍ର ସେଠୀ ପ୍ରମୁଖ ଦାବି କରିୀଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ