ବାରମ୍ବାର ଚୋରିକୁ ନେଇ ଥାନାରେ ଏତଲା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତରେ ଗତ ରବିବାର ରାତି ପଞ୍ଚାୟତ ସହ ଦୁଇଟି ମାର୍କେଟ କମ୍ପ୍ଲେକ୍ସରୁ ସିରିଜ୍ ଚୋରି ହୋଇଥିବା ଘଟଣାରେ ପାଙ୍ଗା ଉପର ସାହି ପଞ୍ଚାୟତ ସରପଞ୍ଚ, ଜନସେବା କେନ୍ଦ୍ର ମାଲିକ, ଲୁଗା ଦୋକାନୀ ଓ ଗ୍ରାମର କିଛି ଲୋକ ମିଶି ଫିରିଙ୍ଗିଆ ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ଏଇ ଘଟଣାକୁ ନେଇ ପୃଥକ ଭାବେ ତିନୋଟି ମାମଲା ଫିରିଙ୍ଗିଆ ଥାନା ପକ୍ଷରୁ କରାଯାଇ ଥିବା ବେଳେ ଘଟଣା ଦିନ ଖବର ପାଇ ଫିରିଙ୍ଗିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛି ।ସୂଚନା ଅନୁସାରେ ରବିବାର ରାତି ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୁଇଟି ମାର୍କେଟ କମ୍ପ୍ଲେକ୍ସ ୬ ଓ ୭ ନମ୍ବରରେ ଗୋଟିଏ ଲୁଗା ଦୋକାନ ଓ ଅନ୍ୟଟି ଜନସେବା କେନ୍ଦ୍ର ରହିଥିବା ବେଳେ ଦୁର୍ବୃତ୍ତ ମାନେ ଆସି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଭାଙ୍ଗିବା ସହ କାର୍ଯ୍ୟାଳୟରୁ କିଛି ରେଜିଷ୍ଟର ନେବା ସହ ବିଭିନ୍ନ କାଗଜ ପତ୍ର ଓ ଚୌକି ଟେବୁଲ୍ ଫିଙ୍ଗା ଫୋପଡ଼ା କରିବା ସହ ଲୁଗା ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଗାପଟା ଡ୍ରେସ ଓ କିଛି ଜରୁରୀ କାଗଜ ପତ୍ର ବିଲ୍ ସହ ଦୋକାନକୁ ସମ୍ପୂର୍ଣ୍ଣ ଭାବରେ ଖାଲି କରିଦେଇଥିଲେ ଅନୁରୂପ ଭାବରେ ପାଖରେ ଥିବା ଜନସେବା କେନ୍ଦ୍ରରୁ ମଧ୍ୟ କମ୍ପୁଟର, ଲାପଟପ୍, ଓ ଅନ୍ୟାନ୍ୟ ସରଞ୍ଜାମ ଚୋରି ହେବା ସହ କେବଳ ଟେବୁଲ୍ ଚୌକି ଛାଡ଼ି ଦେଇଥିଲେ । ସୋମବାର ସକାଳେ କିଛି ଲୋକେ ରାସ୍ତାରେ ଯାଉଥିବା ବେଳେ କଲାଡି ଜଙ୍ଗଲ ଘାଟି ରାସ୍ତା ପାଖରେ ଥିବା ବିଳରୁ କିଛି ପୋଷାକ କାଗଜ ପତ୍ର ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଚାଲିଥିବା ବେଳେ ଫିରିଙ୍ଗିଆ ଥାନରେ ଉପଯୁକ୍ତ ତଦନ୍ତ କରିବା ସହ ଚୋରି ହୋଇଥିବା ଜିନିଷ ପତ୍ର ଓ ଚୋରକୁ ଧରିବା ପାଇଁ ସରପଞ୍ଚଙ୍କ ସହ ଅନ୍ୟ ମାନେ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ