ବାରିଗାଁ ନିଶାକର ହାଇସ୍କୁଲରେ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ନିଶାକର ହାଇସ୍କୁଲ ବାରିଗାଁରେ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୮ମାସ ପରେ ସ୍କୁଲକୁ ଆସୁଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ, ଚନ୍ଦନ ଦିଆଯାଇ ସ୍ୱାଗତ କରାଯାଇଥିଲା । ଏଥିଲାଗି ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ବଉଳା ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଶିବପ୍ରସାଦ ଖାମୁରାଇ,ଟାଙ୍ଗର ହାଇସ୍କୁଲର ଶିକ୍ଷକ ବୃନ୍ଦାବନ ଷଡଙ୍ଗୀ, ଶାସଙ୍ଗ ହାଇସ୍କୁଲର ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ସରସ୍ୱତୀ ଶିଶୁମନ୍ଦିରର ସମ୍ପାଦକ ଅଶୋକ ଦାଶ, ସିଆରସିସି କେଶବ କର, ନିଶାକର ହାଇସ୍କୁଲର ପ୍ରତିଷ୍ଠାତା ରବିନାରାୟଣ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ପୁର୍ବତନ ସଭାପତି ବିକ୍ରମ କେଶରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କରୋନା ମହାମାରୀରୁ କିପରି ବିଜୟ ଲାଭ କରାଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନେ କିପରି ସହଜରେ ଶିକ୍ଷାଲାଭ କରିପାରିବେ ସେନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶିକ୍ଷକମାନେ ମଧ୍ୟ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ମତଦେଇଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ