ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ରିଖ ମଙ୍ଗଳବାର ଦିନ ଗାଲେରୀ ଗ୍ରାମ ପଞ୍ଚାୟତ ଅନ୍ତରଗତ ଢେପସାହି ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା କାମିଟି ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋଶନ ରାଣୀ ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ବାର୍ଷିକ ଉତ୍ସବ ରେ ଗାଲେରୀ ଦଣ୍ଡପାଣି ମହାରଥା ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରାଥମିକ ଶିକ୍ଷା ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।ତତ ସହିତ ବ୍ରାହ୍ମଣ ପଦର ମକ୍ସମମ ଶ୍ରୀ ସଞ୍ଜୟ କୋଠିଆ, ତୁରୁମୁ ମକ୍ସମମ ଶ୍ରୀ ମନୋଜ କୁମାର ଗୌଡ଼,ଗାଲେରୀ ଏକ୍ସବୋର୍ଡ ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା ଷଡ଼ଙ୍ଗୀ ,ଗାଲେରୀ ହାରିଜନ ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋକୁଳ ଚନ୍ଦ୍ର ମାଲିକ,ଢୋଲପିଠା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଊ. ରାବନ୍ନମା ଆଦି ସମ୍ମ।ନୀୟ ଅତିଥି ରୂପେ ଆଜିର ବାର୍ଷିକ ଉତ୍ସବଯୋଗ ଦେଇ ଥିଲେ । ଢେପସାହି ପ୍ରାଥମିକ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସୁଦାମ ଦଳବରା ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁ ରାଣୀ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହସାଲ କରିଥିବା ଛାତ୍ର ଛାତ୍ରୀ ମନଙ୍କୁ ପ୍ରୂସ୍କାର ଦିଆ ଯାଇଥିଲା । ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରୀ ସୁଶ୍ରୀ ଲିଜା ଦାଶକୁ ଏ ବର୍ଷର କୃତୀ ଛାତ୍ରୀ ଘୋଷଣା କରାଯାଇଥିଲା । ତତ ସହିତ ପୁରାତନ ଛାତ୍ରୀ ସୁଶ୍ରୀ ପ୍ରିୟ ଲତା ଦାଶ ଙ୍କୁ ତାଙ୍କର ଯୁକ୍ତ ଦୁଇ ର ସଫଳତା ପାଇଁ ତାଙ୍କୁ ପ୍ରଶସା ପତ୍ର ପ୍ରଦାନ କରାଯାଇଥିଲା । ଏ ବର୍ଷ ର ବାର୍ଷିକ ଉତ୍ସବ ରେ ଗ୍ରାମ କାମିଟି ,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।


