ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପାଳିତ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟୀ ବ୍ଳକ ଗିରିସୋଲା କ୍ଲଷ୍ଟରର ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ରିନୁ ଦେବୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିଗମାନନ୍ଦ ପଣ୍ଡା ସମ୍ମାନୀତ ଅତିଥିଭାବେ ସିଆରସିସି ଵି. ଭେଙ୍କଟ ରାଓ ମୁଖ୍ୟ ବକ୍ତା ଭାବେ ଦାନପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଜାନି ଏବଂ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ସୁନିତା ସାହୁ, ଏମ. ଭୂଲାଛିମି, ଆନନ୍ଦ ଦୋରା, ଭାସ୍କର ସାହୁ,ଗୋପାଳ ସାହୁ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ପ୍ରଦର୍ଶିତ “ଆମ ସଂସ୍କୃତି ଆମ କଳା “କୁ ଉଦଘାଟନ କରିବା ସହ ସଂସ୍କୃତି ଏବଂ କଳାର ବିକାଶ ଘଟିଲେ ଆମ ବ୍ୟକ୍ତି ଗତ ଜୀବନକୁ କିପରି ପ୍ରଭାବିତ କରେ ସେ ସମ୍ପର୍କ ରେ ମତ ପୋଷଣ କରିଥିଲେ। ମୁଖ୍ୟବକ୍ତା ଶିଶୁମାନଙ୍କ ଠାରେ ଥିବା ଥିବା ଅନ୍ତର୍ନିହିତ ଗୁଣାବଳୀ ତଥା କଳାର ବିକାଶ ଦିଗରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପିତାମାତା ସଚେତନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଦୀପିକା ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ