ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର ବିଦ୍ୟା ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି । ଅ।।ୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପୂର୍ବ ସମ୍ଭାଗର ସମିତି ସଦସ୍ୟ ବି. ରାମମୂର୍ତି ପାତ୍ର ଓ ସମ୍ମାନିତ ଅତିଥି ଭାବେ ବିଦ୍ୟା ମନ୍ଦିରର ପ୍ରଶାସକ ଦ୍ୱିତୀକୃଷ୍ଣ ସାବତ ଯୋଗଦେଇ ସବୁଜ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଲମ୍ବା ଡ଼ିଆଁ, ଉଚ୍ଚା ଡ଼ିଆଁ, ୧୦୦, ୪୦୦, ୧୫୦୦ ମିଟର ଦୌଡ଼, ଡ଼ିସକସ ଥ୍ରୋ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସହ ପ୍ରଧାନାଚାର୍ଯ୍ୟ କାଳୁଚରଣ ପଣ୍ଡା ଓ ଶାରୀରିକ ପ୍ରମୁଖ ଅଜିତ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ