ବାଲାସାହେବ ଠାକରେଙ୍କ ୯୬ତମ ଜୟନ୍ତୀ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଶିବସେନାର ବାଲେଶ୍ୱର ଶାଖା ପକ୍ଷରୁ ବାଲାସାହେବ ଠାକରେଙ୍କ ୯୬ତମ ଜୟନ୍ତୀ ନୂଆବଜାରସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ପଦ୍ମଲୋଚନ ପତି ଏଥିରେ ଅଧ୍ୟକ୍ଷତା କରିବା ସହିତ ବାଲାଠାକରେଙ୍କ ଜୀବନାଦର୍ଶ ଓ ଶିବସେନାର ମୌଳିକ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବସ ମାଲିକ ସଂଘର ସାଧାରଣ ସମ୍ପଦକ ସମାଜସେବୀ ଅଜୟ କୁମାର ବିଶ୍ୱାଳ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱରରେ ବାଲା ସାହେବ ଠାକରେଙ୍କ ଜୟନ୍ତୀ ପାଳନ କରୁଥିବା ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ଶିବସେନା ଉତ୍ତର ଓଡ଼ିଶା ସମ୍ପର୍କ ପ୍ରମୁଖ ଅକ୍ଷୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦର୍ଶ ନେତା ବାଲଠାକରେ ସମଗ୍ର ଦେଶ ପାଇଁ ଉଦାହରଣ ହୋଇ ପାରିଛନ୍ତି ବୋଲି କହିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟୂଷରେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ଶ୍ରୀଜଗନ୍ନାଥ ଗୋଶାଳାରେ ଗୋ-ମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ସଙ୍ଗଠନର ଉପଦେଷ୍ଟା ମନୋରଂଜନ ପରିଡ଼ା, ଅରବିନ୍ଦ ଆଚାର୍ଯ୍ୟ, ସୁଶାନ୍ତ କୁମାର ନାୟକ, ଫୁନା ମହାପାତ୍ର, ସୁରେଶ ଚନ୍ଦ୍ର ରଣା, ଉତ୍ତମ କୁମାର ଜେନା, କମଳାକାନ୍ତ ସ, ମଣ୍ଟୁ ଦାସ, ଅବନ୍ତି ପରିଡ଼ା, ସୀତାରାଣୀ ଜେନା, ପୂଜା ସିଂ, ଗଙ୍ଗାଧର ବିନ୍ଧାଣୀ, ରତନ କୁମାର ପାତ୍ର, ଉମେଶ କମିଳା, ଯୋଗେନ୍ଦ୍ର ଦାସ, ଅନିରୁଦ୍ଧ ସେନାପତି, ଡାକ୍ତର ସୋମନାଥ ଦାସ, ରତ୍ନାକର ସାହୁ, ସନ୍ତୋଷ ସିଂ ପ୍ରମୁଖ ଏଥିରେ ଯୋଗଦେଇ ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ