ବାଲିଆରେ ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବାଲିଆ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବାଲିଆ ବଜାର କମିଟିର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ସୂର୍ଗତ ନକୁଳ ଚରଣ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକ ଦେବକୀନନ୍ଦନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କାର୍ତ୍ତିକ ଚରଣ ନାୟକ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ନାରାୟଣ ସ୍ୱାଇଁ, ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ମଦନମୋହନ ବେହେରା, ଖଗେଶ୍ୱର ସ୍ୱାଇଁ, ଧନେଶ୍ୱର ସାହୁ, ଭାଗବତପୁର ପଂଚାୟତ ସରପଂଚ ଧରଣୀଧର ଦାସ,ବାନାମ୍ବର ସାହୁ ପ୍ରମୁଖ ଯୋଗଦେଇ ସଂଗ୍ରାମୀ ସୂର୍ଗତ ଦାସ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା,ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ବ୍ରିଟିଶ ସରକାରଙ୍କ ବିରୋଧରେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ଜେଲ ଯିବା ଭଳି ଅନେକ ମହାନତା ଜୀବନାଦର୍ଶ ଉପରେ ଆଲୋଚନା କରାଯାଇଥିଲା । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସୂର୍ଗତ ଦାସ ଠାକୁର ନିଗମାନନ୍ଦ ଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ମହାମାରୀ କରୋନା ଦୂର ଓ ସୂର୍ଗତ ଦାସଙ୍କ ଆତ୍ମାର ସଦଗତି ପାଇଁ ଠାକୁର ନିଗମାନନ୍ଦଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।