ପଞ୍ଜିକୃତ ସଂସ୍ଥା ବା କ୍ଲବ୍ ଅଡ଼ିଟ କରାଇ ରିପୋର୍ଟ ଦେବା ଜରୁରୀ

ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ୧୯୯୪ ମସିହା ପରଠାରୁ ଯାଜପୁର ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ସମସ୍ତ କ୍ଲବ୍ / ସଂସ୍ଥା ମାନେ ବିଶେଷ କରି ଆର୍ଥିକ କାରବାର ସହିତ ସଂପୃକ୍ତ ସଂସ୍ଥାମାନେ ସେମାନଙ୍କ ଆର୍ଥିକ କାରବାରର ଚାଟାର୍ଡ଼ ଫାର୍ମରେ ଅଡ଼ିଟ କରାଇବା ଜରୁରୀ, ସେମାନଙ୍କର ଅଡ଼ିଟେଡ଼୍ ଆକାଉଂଟକୁ ଆସନ୍ତା ତା ୩୦.୦୯.୨୦୧୯ ରିଖ ପୂର୍ବାହ୍ନ ୧୦.୩୦ ଘଟିକାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାଖଲ କରିବା ପାଇଁ ଅନୁରୋଧ । ଯେଉଁମାନେ ନିର୍ଦ୍ଦାରିତ ଦିନ ଓ ସମୟରେ ଦାଖଲ ନ କରିବେ, ସେମାନଙ୍କ ରେଜିଷ୍ଟ୍ରେସନ୍ ନାକଚ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ପଞ୍ଜିକୃତ ଆଇନ ୧୮୬୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ-ତଥା-ପଞ୍ଜିକରଣ ଅଧିକାରୀ, ମିହିର ପ୍ରସାଦ ମହାନ୍ତି ସତର୍କ କରାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଜିଲ୍ଲାରେ ୩୦.୦୮.୨୦୧୯ ତାରିଖ ସୁଦ୍ଧା ମୋଟ ୩୫୧୯ ଗୋଟି କ୍ଲବ୍ ଓ ସଂସ୍ଥା ପଞ୍ଜିକୃତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ