ବାଲିଆ ବଜାରରେ ରାସାୟନିକ ଜଳ ସିଞ୍ଚନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭାଗବତପୁର ପଂଚାୟତର ବାଲିଆ ବଜାରରେ ସୋମବାର ବଜାର କମିଟି ସଭାପତି ତଥା ସମାଜସେବୀ ପ୍ରମୋଦ କୁମାର ସାହୁଙ୍କ ତତ୍ୱାବଧାନରେ ରାସାୟନିକ ଜଳ ସିଞ୍ଚନ କରାଯାଇ ସାନିଟାଇଜ କରାଯାଇଛି । କେନ୍ଦ୍ରାପଡା ସହକାରୀ ଅଗ୍ନିଶମ ଅଧିକାରୀ ବିରଭଦ୍ର ଟୁଡୁଙ୍କ ନେତୃତ୍ୱରେ ବିଭାଗର କର୍ମଚାରୀମାନେ ପଂଚାୟତର ସ୍ୱେଛାସେବୀମାନଙ୍କ ସହଯୋଗରେ ବାଲିଆ ହାଇସ୍କୁଲ ନିକଟରୁ ଏହି ରସାୟନିକ ଜଳ ସିଞ୍ଚନ ଆରମ୍ଭକରି ବଜାର ଶେଷ ପର୍ଯ୍ୟନ୍ତ, ହାଟ ପରିସର ଓ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ପ୍ରଭୃତି ସ୍ଥାନରେ ଏହିଜଳ ସିଞ୍ଚନ କରି ସଂପୂର୍ଣ୍ଣ ଅଚଂଳକୁ ଜୀବାଣୁମୁକ୍ତ କରିଥିଲେ । ପଂଚାୟତ ସରପଂଚ ଧରଣୀଧର ଦାସଙ୍କ ସମେତ ବଜାର କମିଟି ଓ ଶାନ୍ତି କମିଟିର ସଦସ୍ୟମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ରବିବାର ବଜାର ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଥିଲା । ପଂଚାୟତର ସମସ୍ତ ଗ୍ରାମ ଗୁଡିକୁ ବ୍ଲିଚିଂ ପକାଯାଇ ବିଶୋଧନ କରାଯିବା ପାଇଁ ନିଷ୍ପତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ