ବାଲିକୁଦା ବାସୀ ଆସନ୍ନ ଲଘୁଚାପ ଭୟରେ ଭୀତତ୍ରସ୍ତ
ବାଲିକୁଦା,(ଅନସୂୟା ରାଉତ): ଉପକୂଳ ବାଲିକୁଦା ବାସୀ ଆସନ୍ନ ଲଘୁଚାପ ଭୟରେ ଭୀତତ୍ରସ୍ତ । କାରଣ ମହାବାତ୍ୟା, ଫନି, ଆମ୍ଫନ୍ ଭଳି ବାତ୍ୟାର ଭୟ ଆଜିସୁଦ୍ଧା ତାଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ଲଘୁଚାପ ଓ ଅବପାତ କଥା ଶୁଣି ବାଲିକୁଦା ବାସୀ ଭୟଭୀତ ହୋଇ ପଡିଛନ୍ତି। ବିଶେଷ କରି ଚାଷୀ ଭାଇ ତାର ଧୋଡ କାଢିଥିବା ଧାନ କ୍ଷେତକୁ ଦେଖି ଭୟଭୀତ ହେଉଥିବା ବେଳେ କଚ୍ଚା ଚାଳ ଛପର ଘରେ ରହୁଥିବା ଗରିବ ଖଟିଖିଆ ଦିନ ମଜୁରିଆ ଭୟଭୀତ ହୋଇପଡିଛନ୍ତି । ଅନ୍ୟ ପକ୍ଷରେ ଚାଷୀ ଭାଇର ୫୦ ଭାଗ ଧାନ ଧୋଡ ହେବାକୁ ଯାଉଛି । ଯଦି ଲଘୁଚାପ ଅବପାତ ରୂପନିଏ ତେବେ ସାମାନ୍ୟ ଧରଣର ପବନରେ ଧାନ ଗଛ ପଡିଯିବ। ଫଳତଃ ବହୁତ ଧାନ ପାଣିରେ ଧୋଇ ହୋଇ ଯିବ । ଏଣୁ ଉପକୂଳ ଓଡ଼ିଶାର ବାଲିକୁଦା ବାସୀ ଭୟଭୀତ ହୋଇ ପଡିଛନ୍ତି ।