ବାଲିକୁଦା ବ୍ଲକର ଯୁବ ବିଜେଡ଼ି ସଭାପତି ଭାବେ ମନୋନୀତ
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ନିମନ୍ତେ ତାପସ ରଂଜନ ନାୟକଙ୍କୁ ମନୋନୀତ କରାଯାଇଛି। ବାଲିକୁଦା ଅଞ୍ଚଳର ଜଣେ ଯୁବ ସମାଜ ସେବୀ ଭାବେ ତାପସ ରଂଜନ ନାୟକ ବେଶ୍ ପରିଚିତ। ନିସ୍ବାର୍ଥପର ସମାଜ ସେବା, ମଧୁର ବ୍ୟବହାର, ସୁନ୍ଦର ହୃଦୟ ସ୍ପର୍ଶୀ ଭାଷଣ ପାଇଁ ସେ ସମସ୍ତଙ୍କ ପାଖରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେଣୁ ତାଙ୍କର ଦଳୀୟ ଶୃଙ୍ଖଳାରେ ମୁଗ୍ଧ ହୋଇ ମାନ୍ୟବର ସୂଚନା ଲୋକସମ୍ପର୍କ ଓ ଜଳସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ତାଙ୍କୁ ଏହି ପଦବୀରେ ଅବସ୍ଥାପିତ କରିଛନ୍ତି। ବାଲିକୁଦା ବ୍ଲକର ବହୁ ବିଜେଡି କର୍ମୀ ଏହାକୁ ସ୍ବାଗତ କରିବା ସହିତ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।