ବାଲିଗୁଡାକୁ ଜିଲ୍ଲାପାଇଁ ଜୋରଧରିଲାଣି ଦାବୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା କୁ ଜିଲ୍ଲାଦାବୀ କୁ ନେଇ ମିଳିତ ମଂଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ବିଭବ ହୋଟେଲରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଲୋଚନା ହୋଇଛି ଯେ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ମାତ୍ର ଏକ ଦାବୀ ହେଉଛି ବାଲିଗୁଡାକୁ ଜିଲ୍ଲାଦାବୀ । ସରକାର ବାଲିଗୁଡାକୁ ଜିଲ୍ଲା ଘୋଷଣ ନକରିବା ପର୍ଯ୍ୟନ୍ତ ଏହି ଦାବୀ ପର୍ଯ୍ୟାୟ କ୍ରମେ ଚାଲିବ ପ୍ରଥମେ ଶାନ୍ତିଶୃଙ୍ଖଳାରେ ଦାବୀ କରାଯିବ ଆବଷ୍ୟକସ୍ଥଳେ ବାଲିଗୁଡାକୁ ବନ୍ଦ ବି କରାଯିବ ବୋଲି ଆଲଚନା ହୋଇଛି । ପୋଷ୍ଟର ଓ ବ୍ୟାନର କରି ସମସ୍ତ ପଂଚାୟତ ସମେତ ଅନ୍ୟ ସ୍ଥାନରେ ମରାଯିବ ଏବଂ ଜିଲ୍ଲାଦାବୀ ପାଇଁ ସମସ୍ତ ଗ୍ରମପଂଚାୟତରୁ ଦସ୍ତଖତ ଅଭିଯାନ କରାଯିବାର ମିଳିତ ମଂଚରେ ମନସ୍ତ କରାଯାଇଛି । ବାଲିଗୁଡା ବ୍ଲକ ସମେତ ଉପଖଣ୍ଡରେ ଥିବା ସମସ୍ତ ବ୍ଲକକୁ ଏଥିରେ ସାମିଲ କରାଯିବ । ଆସନ୍ତାକାଲି ରବିବାର ଦିନ ମିଳିତ ମଂଚ ଜିଲ୍ଲା କରିବାକୁ ସର୍ମଥନ ନିମନ୍ତେ କୋଟଗଡ ଏବଂ ତୁମୁଡିବନ୍ଧକୁ ଯାଇ ଅଂଚଳବାସୀ ତଥା କିଛି ନେତୃତ୍ୱ ମଣ୍ଡଳିକୁ ଭେଟି ବାଲିଗୁଡାକୁ ଜିଲ୍ଲା କରିବା ନିମନ୍ତେ ଦୁଇଟି ବ୍ଲକରେ ବୈଠକ କରାଯିବ ଓ ଏହି ବୈଠକରେ ଜିଲ୍ଲା ହେଲେ ସମସ୍ତ ବ୍ଲକମାନଙ୍କର କଣ କଣ ଫାଇଦା ମିଳିବ ଓ ସମସ୍ତ ପ୍ରଶାସନିକ ଯୋଜନା ଆମକୁ ହାତପାହାନ୍ତରେ ମିଳିବ ବୋଲି ଆଲୋଚନା କରାଯିବ । ତାପରେ ଦାରିଙ୍ଗବାଡି ଓ କ,ନୁଆଗାଁ,ରାଇକିଆ ,ଜିଉଦୟଗିରୀ, ଟିକାବାଲି, ଚକାପାଦ ଆଦି ବ୍ଲକ ମାନଙ୍କୁ ଯାଇ ବୈଠକ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଆଜିର ଏହି ବୈଠକରେ ଆବାହକ ସମେତ,ଡଃ ବିଚିତ୍ରାନନ୍ଦ ଆଚାର୍ଯ୍ୟ,ଏନଏସି ଅଧକ୍ଷ ଗବିନ୍ଦ ପ୍ରଧାନ,ଆଇନଜୀବୀ କ୍ଷମା ସାଗର ପ୍ରଧାନ,ଓକିଲ ସଂଘର ସଭାପତି ଆଇନଜୀବି ଟି ହରିଶ୍ଚନ୍ଦ୍ର ରାଓ,ବଣିକ ସଂଘର ସମ୍ପାଦକ ଶ୍ୟାମ ସୁନ୍ଦର ପାତ୍ର,ଠିକାଦାର ସଂଘର ସଭାପତି ସପ୍ନେଶ୍ୱର ସାହୁ,ବସମାଲିକ ସଂଘର ସମ୍ପାଦକ ରବୀଚନ୍ଦ୍ର ପାତ୍ର,ଅଟୋ ସଂଘର ସଭାପତି ତାପସ ନାୟକ,କ୍ଷୁଦ୍ର ବଣିକ ସଂଘର ସଭାପତି ସନ୍ୟାସୀ ନାୟକ, ଉପଖଣ୍ଡ କଳାକାର ସଂଘର ସୁକଦେବ ନାୟକ,ବନବାସୀ ସେବା ସମିତିର କୋଷାଦକ୍ଷ ରବୀ ମହାପାତ.ଶାନ୍ତମୈତ୍ରୀ ଅନୁଷ୍ଠାନର ପ୍ରଭାତବାବୁ,ଡ୍ରାଇଭର ସଂଘର ଅଖିଳ ବିଶ୍ୱାଳ, ସାମ୍ବାଦିକ ସଂଘର ଚିତ୍ତ ରଂଜନ ନାୟକ,ଅସିତ କୁମାର ବେହେରା,ପ୍ରକାଶ ନାୟକ,ଭଗବତୀ ପ୍ରସାଦ ସାବତ,ସୁରେଶ ପଣ୍ଡା,ଟିକି ଦଣ୍ଡିଆ ଓ ଅନ୍ୟମାନେ ଉପସ୍ଥିତ ରହି ଜିଲ୍ଲା କରିବା ପାଇଁ ନିଜ ନିଜର ମତାମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ