ବାଲିଗୁଡାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଦିନିକିଆ ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ । ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଥିବା କଲ୍ୟାଣମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟିର ସଂଚାଳନ ସମିତି ଓ କୋର କମିଟି ବୈଠକରେ ଯୋଗଦେଇଥିଲେ । ଏଥିରେ ସମସ୍ତ ଭାଜପା କାର୍ଯ୍ୟକ୍ରତା ମାନଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ କିଭଳି ନିର୍ବାଚନକୁ ହାତେଇ ଦଳ କିଭଳି ସଫଳତା ହାତେଇବ ସେଥି ନିମନ୍ତେ କର୍ଣ୍ଣମନ୍ତ୍ର ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିହାଁର,କନ୍ଧମାଳ ଲୋକସଭା ପ୍ରଭାରୀ ନିରଂଜନ ମିଶ୍ର,ସଂଯୋଜକ ରମେଶ ମହାନ୍ତୀ,ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ,ରାଜ୍ୟକାର୍ଯ୍ୟକାରିଣି ସଦସ୍ୟା ପଦ୍ମ ଚରଣ ଦାସ,ସୁକାନ୍ତ ପାଣିଗ୍ରାହୀ,ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ପ୍ରମୁଖ ମଂଚାସିନ ଥିଲେ ଓ ବିଜେପିର କର୍ମକ୍ରତା ମାନେ ଉପସ୍ଥିତ ଥିଲେ । କେନ୍ଦ୍ର ମନ୍ତ୍ରୀ ରାଏ କହିଛନ୍ତି ଯେ,ଗାଁଗାଁରେ ତଥା ରାଜ୍ୟ,ଦେଶ ଓ ସାରା ବିଶ୍ୱରେ ମୋଦୀ ମୋଦୀ ଲହରି ଚାଲିଛି ଓ ମୋଦୀଜୀଙ୍କ ଲୋକ ପ୍ରିୟତା ବଢିଛି ଏହା ହେଉଛି ମୋଦୀ ସରକାରଙ୍କ କାମର ଅସର ଏଣୁ ଏହାକୁ ଦେଖିଲେ ଆସନ୍ତା ୨୦୨୪ରେ ମଧ୍ୟ ଆମଦେଶରେ ବିଜେପିର ମୋଦୀ ସରକାର ଗଢିବ ଓ ରାଜ୍ୟରେ ମଧ୍ୟ ସରକାର ଗଢିବ ଏଣୁ ଆମ ଦଲ ତରଫରୁ ମଧ୍ୟ ଆପ୍ରାଣ ଉଦ୍ୟମ କରାଯଉଛି ବୋଲି କହିଛନ୍ତି ।