ବାଲିଗୁଡାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ କୋଭିଡ କଟକଣା କୁ ଅନୁପାଳନ କରି ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକଠାରେ ଉପ-ଜିଲାପାଳ ଡ଼.ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶାସ୍ତ୍ରୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣସହ ଧୁପ ଦୀପଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ |ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ବରିଷ୍ଠ ଆଡ଼ଭୋକେଟ କୌଶିକ ସାହୁ ଙ୍କ ସମେତ ବହୁ ସରକାରୀ, ବେସରକାରୀ ତଥା ବିଭିନ୍ନ ଅନୁଷ୍ଠାନ ର କର୍ମଚାରୀ ଉପସ୍ଥିତ ରହି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶାସ୍ତ୍ରୀ ଙ୍କ ଫୋଟୋ ଚିତ୍ର ରେ ରେ ପୁଷ୍ପମାଲ୍ୟ ଅର୍ପଣ କରି ଅଭିଭାଷଣ ପ୍ରଦାନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ