ଆଦିବାସୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସରକାରଙ୍କ ସମସ୍ତ କୋଭିଡ-୧୯ ଗାଇଡ଼୍ ଲାଇନ୍ କୁ ପାଳନ କରି ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଧିକାରୀ ଶ୍ରୀକାନ୍ତ କୁମାର ସାହୁ, ଅରୁନ୍ଧତୀ ପ୍ରଧାନ, ଦୁଷ୍ମନ୍ତ ଶବର , ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ତଥା ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ, ଆଇ କ୍ୟୁଏସି ସଂଯୋଜକ ତଥା ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ସରୋଜ କୁମାର ପାଠୀ, ସଲାରାମ ମାରାଣ୍ଡି , ଦଣ୍ଡପାଣି ଭୁୟାଁ, ହିମାଂଶୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିବା ସହ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ନୀତିକୁ ଅନୁସରଣ କରି କାର୍ଯ୍ୟ କରିବା ସହ ବାପୁଜି ସମୟ ପ୍ରତି ସତର୍କ ଥିଲେ, ସମୟକୁ ସମ୍ମାନ ଦେବା ସହ ସମୟରେ ସମସ୍ତ କାର୍ଯ୍ୟ କରୁଥିଲେ। ଠିକ୍ ସେହିଭଳି ଆମେ ମଧ୍ୟ ସମୟକୁ ସମ୍ମାନ ଦେଇ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଶାସ୍ତ୍ରୀଜୀ ସର୍ବଦା ସାଦା ଜୀବନ ଓ ଉଚ୍ଚ ବିଚାର ରଖୁଥିଲେ ବୋଲି ଉପସ୍ଥିତ ଅଧ୍ୟାପକ ମାନେ ନିଜନିଜ ବକ୍ତବ୍ୟ ରଖିଥିଲେ। ଏନଏସଏସ ବିଭାଗର ସ୍ୱେଚ୍ଛାସେବୀ ମାନେ ମଧ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ