ବାଲିଗୁଡାରେ ସଡକ ସୁରକ୍ଷା ସପ୍ତାହ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପୋଲିସ ପ୍ରଶାସନ ଦ୍ୱାରା ସଡକ ସୁରକ୍ଷାସପ୍ତାହ ପାଳିତ ହୋଇଯାଇଛି । ଏଥି ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପିଡବ୍ଲୁଡି ଛକ ଦେଇ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ସଡକ ସୁରକ୍ଷା ପରିବାର ରକ୍ଷା ,ଦୁଇ ଚକିଆ ମୋଟର ଯାନର ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ବ୍ୟବହାର କରନ୍ତୁ । ଅତ୍ୟାଧିକ ବେଗରେ ଯାନକୁ ଚଳାନ୍ତୁ ନାହିଁ । କୌଣସି ପ୍ରକାର ନିଶାସେବନ କରି ମୋଟର ଯାନ ଚଳାନ୍ତୁ ନାହିଁ ମୋବାଇଲ ଫୋନ ବୟବହାର କରି ଗାଡି ଚଲାନ୍ତୁ ନାହିଁ । ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଶୁଶାନ୍ତ କୁମାର ସାହୁ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ