ବାଲିଗୁଡା ଚିତ୍ରକର ସଂଘର ସହାୟତା ପାଇଁ ଦାବୀ

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ବ୍ଲକର ଚିତ୍ରକର ସଂଘ ବାଲିଗୁଡା ବିଡିଓଙ୍କୁ ଏକ ସହାୟତା ପାଇଁ ଦାବୀ ପତ୍ର ଦେଇଛନ୍ତି । ଏଥିରେ ଉଲ୍ଲଖେ ଅଛି ଯେ ଏହି ଚିତ୍ରକର ମାନେ ନିଜ ଅଂଚଳରେ ବିବାହ,ବ୍ରତ ଚିତ୍ରାଙ୍କନ,କନା ବ୍ୟାନର,ସରକାରୀ ଏବଂ ବେସରକାରୀ କାନ୍ଥ ଲେଖା ବିଜ୍ଞାପନ କାମ କରି ନିଜ ନିଜପରିବାର ପ୍ରତିପୋଷଣ କରୁଥିଲେ ।କରୋନା ପାଇଁ ଲକଡାଉନ ଘୋଷଣା ହେବା ଫଳରେ ସବୁ ଚିତ୍ରକର ନିଜ କର୍ମରୁ ବିଚ୍ୟୁତ ହୋଇଛନ୍ତି ।ଏହା ଦ୍ୱାରା ସେମାନଙ୍କର ପରିବାର ପ୍ରତିପୋଷଣ କରିବାରେ ଶୋଚନନୀୟ ପରିସ୍ଥିତି ଶୃଷ୍ଟି ହୋଇଛି । ରାଜ୍ୟ ତଥା ଜିଲ୍ଲାରେ ଆମ ମାନାଙ୍କ ପରି ଅନେକ କଳାକାର ଏହି ପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତ ଲୋକନୃତ୍ୟ କଳାକାର ମାନଙ୍କୁ ଯେପରି କଳାକାର ଭତା ସରକାର ଅନୁଦାନ ମିଳୁଅଛି ସେହିପରି ସହାୟତା ଆମ ଚିତ୍ରକର ମାନଙ୍କୁ ମିଳୁ ନାହିଁ । ଯାହାଦ୍ୱାରା ଆମ୍ଭେ ଘରଭଡା,ଦୋକାନ ଭଡା ଓ ପରିବାର ପ୍ରତିପୋଷଣ କରିବାରେ ଅସର୍ମଥ ହେଉଅଛୁ । ବର୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ଯେଉଁ ଭଳି ଲକଡାଉନର ଅବଧୀ ବୃଦ୍ଧି କରିଛନ୍ତି ଏଥିଦ୍ୱାରା ଲକଡାଉନ ଖୋଲିବା ପରେ ତୁରନ୍ତ ଆମକୁ କାମ ମିଳିବକି ନାହିଁ ତାର କୌଣସି ସ୍ଥିରତା ନାହିଁ । ତ ଆମେ ଚଳିବୁ କିପରି ।ବର୍ତମାନ ପରିସ୍ଥିତିରେ ସାରା ବିଶ୍ୱରେ କରୋନା ପାଇଁ ସମସ୍ୟା ଶୃଷ୍ଟି କରିଛି । ଏହି ରୋଗରୁ ବଂଚିତ ପାଇଁ ସରକାର ଙ୍କ ପ୍ରଚଳିତ ସମସ୍ତ ନିୟମକୁ ଆମ୍ଭମାନେ ପୁର୍ଣ୍ଣ ସର୍ମଥନ କରୁଅଛୁ ଓ ଆମେ କାନ୍ଥ ରାସ୍ତାରେ ଚିତ୍ରକଳା ମାଧ୍ୟମରେ ସଚେତନ ବାର୍ତା ମଧ୍ୟ ଦେଉଅଛୁ । ଏଣୁ ବିନିତ ଅନୁରୋଧ ଏହିକିଯେ ଏହାକୁ ଅତ୍ୟନ୍ତ ଗୁରୁତ୍ୱ ମନେ କରି ଆମ୍ଭ ମାନଙ୍କ ଜୀବନ ଜୀବିକା ନିର୍ବାହରେ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ । ଏଥିରେ ସଂଘର କୌଣସି ସହଯୋଗ ପଡେ ତେବେ ସଂଘ ତରଫରୁ ସହଯୋଗ ଦେବା ପସ୍ତୁତ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ