ମହାରାଷ୍ଟ୍ରରେ ସନ୍ଥଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଚଳିତମାସ ୧୬ତାରିଖରେ ମହାରାଷ୍ଟ୍ରର ପାଲଘର ଅଂଚଳରେ ଦୁଇଜଣ ପୂଜ୍ୟ ସନ୍ଥ ଏବଂ ତାଙ୍କର ସହଯୋଗୀଙ୍କୁ ସୁନିୟୋଜିତ ଢଙ୍ଗରେ ଦଳବଦ୍ଧ ହୋଇ ଅତ୍ୟନ୍ତ ନୃଶଂସ ଭାବରେ ପିଟିପିଟି ହତ୍ୟା କରାଯିବା ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଦୃଢ ଭାବରେ ନିନ୍ଦା କରିବା ସହ ଆଜି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏଭଳି ଘଟଣା ଦ୍ୱାରା ହିନ୍ଦୁ ସନ୍ଥ,ସନ୍ୟାସୀ ଏବଂ ଧର୍ମ ପ୍ରଚାରକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଭଳି ଘୃଣିତ କାର୍ଯ୍ୟ କରିଥିବା ଅପରାଧୀଙ୍କୁ କଠୋର ଦଣ୍ଡ ପ୍ରଦାନ କରିବା ପାଇଁ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଓଡିଶାର ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଭଳି ଅପରାଧୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାନଗଲେ ଭବିଷ୍ୟତରେ ଆଉ କେହିବି ଏପରି କରିବାକୁ ଦୁଶାହସ କରିବ ନାହିଁ । ଏପରି ଘୃଣିତ କାର୍ଯ୍ୟ ଯେପରି ଭବିଷ୍ୟତରେ ନଘଟେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଥିଲେ । ସ୍ମାରକପତ୍ର ପ୍ରଦାନ ସମୟରେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ବାନାମ୍ବର ସାହୁ, ସମ୍ପାଦକ ପ୍ରଭାତ କୁମାର ମହାନ୍ତି, ପବିତ୍ର ମୋହନ ସ୍ୱାଇଁ, ଅଜିତ ଦାସ, ଗୈାରାଙ୍ଗ ଚରଣ ପ୍ରଧାନ, ଗୋପବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ