ବାଲିଗୁଡା ବ୍ଲକ ରେ ଅଫିସର ରାଜ ଚାଲିଛି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ପ୍ରଶାସନ ସମସ୍ତ ଗ୍ରାମ ପଞ୍ଚାୟତର ଜନପ୍ରତିନିଧ ମାନକୁ ଦୀର୍ଘ ଦୁଇ ବର୍ଷ ହେବ ଅଣ ଦେଖା କରି ଆସୁଛନ୍ତି । ବାରମ୍ବାର ବିଡିଓ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ମଙ୍ଗଳବାର ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ପରିଷଦ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ ଅଭିଯୋଗ ପ୍ରକୋଷ୍ଠ ରେ ପ୍ରଦାନ କରିଛନ୍ତି । ସେମାନଙ୍କ କହିବା ହେଲା ଦୀର୍ଘ ୨ ବର୍ଷ ହେବ ପଞ୍ଚାୟତ ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ବେଳେ ପଞ୍ଚାୟତର ଓ ପ୍ରତ୍ୟେକ ୱାର୍ଡ ର ସର୍ବାଙ୍ଗୀନ ଉନ୍ନତିର ଗୁରୁ ଦାୟିତ୍ଵ ନିର୍ବାଚିତ ପ୍ରତିନିଧି ମାନଙ୍କ ହାତରେ ସମ୍ପନ୍ନ ହୋଇଥିବା ସ୍ଥଳେ ଆମକୁ ନିଷ୍କ୍ରିୟ କରାଯାଇ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ଗୁଡିକୁ ଅଣଦେଖା କରାଯାଉଛି । ସରକାର ପଞ୍ଚାୟତକୁ ଅନେକ ଯୋଜନାର ଅର୍ଥ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିବାର କ୍ଷମତା ଓ ଅଧିକାର ଦେଇଛନ୍ତି । ହେଲେ ଦୁଃଖର ବିଷୟ ସେ ସବୁରେ ପଞ୍ଚାୟତ ଜନପ୍ରତିନିଧି ଭାବେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ସଭ୍ୟା ଜାଣି ପାରୁ ନାହାନ୍ତି । ସରପଞ୍ଚଙ୍କ କୌଣସି କ୍ଷମତା ଉକ୍ତ କାର୍ଯ୍ୟରେ ରହୁନାହିଁ । ବ୍ଲକ ପ୍ରଶାସନ ପଞ୍ଚାୟତର ସମସ୍ତ କ୍ଷମତା ନିଜ ପାଖରେ ରଖି କାର୍ଯ୍ୟ କରୁଛନ୍ତି । ବିକାଶ ଓ କିଛି ମୌଳିକ ସମସ୍ୟାର ସମାଧାନ ବିଷୟ ବାରମ୍ଵାର ପଞ୍ଚାୟତର ମାସିକ ବୈଠକରେ କାର୍ଯ୍ୟକାରୀ କରିବାର ନିଷ୍ପରି ନେଲେ ମଧ୍ଯ ଅଫିସର ମାନଙ୍କ ଅବହେଳା ଓ ବାରମ୍ବାର ପଞ୍ଚାୟତ ଅଧିକାରୀ ଏବଂ ଯନ୍ତ୍ରୀ ଙ୍କ ବଦଳି ଯୋଗୁଁ ପଞ୍ଚାୟତର କୌଣସି କାର୍ଯ୍ୟ ହୋଇ ପାରୁନାହିଁ । ପଞ୍ଚାୟତର ଅନେକ ପ୍ରକଳ୍ପ ମଞ୍ଜୁର ହୋଇଥିବା ଛୋଟ, ବଡ ପ୍ରକଳ୍ପ କରିବାର ରେକର୍ଡ ଖୋଲିବା ଲେ- ଆଉଟ ଦେବା ଏହି ସବୁରେ ବିଳମ୍ବ ଘଟୁଛି । ଜିଲ୍ଲାପାଳ ଉକ୍ତ ବିଷୟକୁ ଦୃଷ୍ଟି ଦେଇ ପଞ୍ଚାୟତର ବିକାଶ ନିମନ୍ତେ ସରପଞ୍ଚଙ୍କ ସାମ୍ବିଧାନିକ କ୍ଷମତାକୁ ଦୁର୍ବଳ କରାନଯାଇ ସମସ୍ତ ଯୋଜନାର ସୁପରିଚାଳନା ଓ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନର ସହଯୋଗ ରହିଲେ ଆଗାମୀ ସମୟରେ ପଞ୍ଚାୟତର ଉନ୍ନତି ହେବ ଏବଂ ସରକାରଙ୍କ ସମସ୍ତ ଯୋଜନାର କାର୍ଯ୍ୟ ତୃଣମୂଳ ସ୍ତରରେ ପହଞ୍ଚି ସୁପରିଚାଳିତ ହେବ ବୋଲି କହିଛନ୍ତି । ଯଦି ଏହି ସମସ୍ଯା ର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଅଧିକାର ପାଇଁ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବୁ ମିଡିଆକିଆ ସରପଞ୍ଚ ଆଶୁତୋଷ ମଲ୍ଲିକ ,ବାଟାଗୁଡା ସରପଞ୍ଚ ପ୍ରତାପ ମଲ୍ଲିକ ,ଋତୁଙ୍ଗିଆ ପିଙ୍କି ପ୍ରଧାନ ,ଦଡକଙ୍ଗିଆ ସରପଞ୍ଚ ସମିତି ସଭ୍ୟ ସାମସନ ମଲ୍ଲିକ ,ପରମପଙ୍ଗା ସରପଞ୍ଚ ,ସଲଗୁଡା ସରପଞ୍ଚ ସରିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ