ବାଲିଗୋଠରେ ଗ୍ୟାସ ଟାଙ୍କି ଫାଠି ଘର ପୋଡିଗଲା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ବାଲିଗୋଠ ଗ୍ରାମର ବଟକୃଷ୍ଣ ଦାସଙ୍କ ଆଜବେଷ୍ଟସ ଘରଟି ଆଜି ସକାଳେ ଗ୍ୟାସ ଟାଙ୍କି ଫାଟିଯିବାରୁ ପୋଡି ପାଉଁଶ ହୋଇଯାଇଛି । ଘର ଭିତରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ସଂପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି । ଖବର ପାଇ କେନ୍ଦ୍ରାପଡାରୁ ଅଗ୍ନିଶମ ବାହିନୀ ଗାଡି ପହଁଚି ନିଆଁକୁ ଆୟତ କରିଥିଲେ । ସେହି ଘରର ଝରକା ଲାଗିନଥିବାରୁ ବଟକୃଷ୍ଣ ସେହି ବାଟେ ବାହାରକୁ ଡେଇଁପଡି ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ତେବେ ଡାକ୍ତରଖାନାରୁ ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଖବରପାଇ ଘଟଣାସ୍ଥଳ ପରିଦର୍ଶନ କରି ତହସିଲଦାର ଓ ଜିଲ୍ଲାପାଳଙ୍କୁ ଜଣାଇବାରୁ ବଟକୃଷ୍ଣଙ୍କୁ ତହସିଲ ପକ୍ଷରୁ ଜରିପାଲ ଓ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।