ବାଲିଦୋକାନ ବଜାରରେ ଯାତ୍ରୀ ମାନେ ହନ୍ତସନ୍ତ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ, କାଦୁଆ ନୂଆଗାଁ ଓ ଅବଦାନ ୩ଟି ଗ୍ରାମପଞ୍ଚାୟତ କେନ୍ଦ୍ରସ୍ଥଳ ଭାବେ ପରିଚିତ ବାଲିଦୋକାନ ବଜାରରେ ଯାତ୍ରୀ ବିଶ୍ରାମଗାର ନଥିବାରୁ ଅନେକ ଯାତ୍ରୀ ମାନଙ୍କ ସହ ବୃଦ୍ଧବୃଦ୍ଧା, ମହିଳା ଓ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏନେଇ ଅନେକଥର ପୂର୍ବରୁ ଦାୟିତ୍ୱରେ ଥିବା ସ୍ଥାନୀୟ ସରପଞ୍ଚ ଓ ବ୍ଲକ୍ ଅଧିକାରୀଙ୍କୁ ସାମାଜିକ କର୍ମୀ ଓ ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇପାରିନାହିଁ । ଏପରିକି ଅନାବଶ୍ୟକ ସ୍ଥାନ ଓ ଛୋଟ ଛୋଟ ଛକ ମାନଙ୍କରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିବା ବେଳେ ଦୈନିକ ହଜାର ହଜାର ଯାତ୍ରୀ, ଛାତ୍ରଛାତ୍ରୀ ଓ ବ୍ୟବସାୟୀ ମାନେ ଏହି ଛକରୁ ନିଜ ନିଜର କର୍ମ ପାଇଁ କାକଟପୁର, କୋଣାର୍କ, କଟକ, ଭୁବନେଶ୍ବର, ପୁରୀ ଅଭିମୁଖେ ଯାଉଥିବା ବେଳେ ଦୀର୍ଘ ବର୍ଷ ଧରି ଏକ ଯାତ୍ରୀ ବିଶ୍ରାମଗାର ଟିଏ ନିର୍ମାଣ ହୋଇନପାରିବା ସ୍ଥାନୀୟ ପ୍ରତିନିଧି ମାନଙ୍କ ଅପାରଗତା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ବଜାରରେ ଅନେକ ବ୍ୟବସାୟୀ ସରକାରୀ ଜମି ଜବରଦଖଲ କରି ଦୋକାନ ଓ ବ୍ୟବସାୟ କରୁଛନ୍ତି । ଯାହା ଫଳରେ ରାସ୍ତା ଅବରୋଧ ହେଉଛି । ଗମନାଗମନ ଅସୁବିଧା ସହ ଯାତ୍ରୀ, ମହିଳା ଓ ଛାତ୍ରଛାତ୍ରୀ ମାନେ ଗାଡ଼ିକୁ ଅପେକ୍ଷା କରିବାକୁ ଜାଗାଟିଏ ନାହିଁ । ଯାହା ଦ୍ୱାରା ଅସହ୍ୟ ଖରା ଓ ବର୍ଷା ଦାଉରୁ ଅନେକ ହଇରାଣ ହରକତ ହେଉଛନ୍ତି । ଏଣୁ ଆବଶ୍ୟକତାକୁ ନଜର ଦେଇ କାକଟପୁର ବିଡିଓ ତୁଷାର ଜ୍ୟୋତି ରଂଜନ ସମ୍ପୃକ୍ତ ଅଞ୍ଚଳରୁ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ତଥା ଉପାଧକ୍ଷ ଶ୍ରୀଯୁକ୍ତ ସ୍ବାଧୀନ କୁମାର ନାୟକ ଏଥି ପ୍ରତି ଦୃଷ୍ଟି ଦେଇ ନୂତନ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଜନ ସାଧାରଣ ଦାବି ଜଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ