ରାଜମିସ୍ତ୍ରୀ ସଂଘ ପକ୍ଷରୁ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ କାର୍ଯ୍ୟରତ ରାଜମିସ୍ତ୍ରୀ ଓ ଶ୍ରମିକ ମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦୀର୍ଘ ୯ ବର୍ଷ ହେଲା ରାଜମିସ୍ତ୍ରୀ ଶ୍ରମିକ ସଂଘ ଗଠନ ହୋଇ କାର୍ଯ୍ୟ କରି ଆସୁଛି । ବିଭିନ୍ନ ସମୟରେ ଶ୍ରମିକ  ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନା କରାଯାଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସଂଘର ନିଜସ୍ୱ କାର୍ଯ୍ୟାଳୟଟିଏ ନାହିଁ । ପ୍ରଶାସନ ପାଖରେ ଅନେକ ବାର ଜାଗା ପାଇଁ ଦାବୀ କାରଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ପୂରଣ ହୋଇ ନାହିଁ। ଅପରପେକ୍ଷ ଏବେ କିଛି ଦିନ ହେଲା ଫୁଲବାଣୀରେ ଟ୍ରାକ୍ଟର ମାଲିକ ସଂଘ ବାଲିଦର ବୃଦ୍ଧିର ପ୍ରତିବାଦରେ ସମସ୍ତ ଟ୍ରାକ୍ଟର ଚଳାଚଳ ବନ୍ଦ କରି ଦେଇଥିବାରୁ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଫଳରେ ରାଜମିସ୍ତ୍ରୀ ଓ ଶ୍ରମିକ ମାନେ କାମ ନପାଇ ଘରେ ବସି ରହିଛନ୍ତି । ହଜାର ହଜାର ସଂଖ୍ୟାରେ ମିସ୍ତ୍ରୀ ଓ ମୂଲିଆ ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି । ତେଣୁ ପ୍ରଶାସନ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଦାବୀ କରିଛି ରାଜମିସ୍ତ୍ରୀ ସଂଘ । ଏଥିସହ ବାହାର ରାଜ୍ୟରୁ ବହୁ ସଂଖ୍ୟା ରେ ଏଠାକୁ ଆସି କାମ କରୁଥିବାରୁ ସ୍ଥାନୀୟ ରାଜମିସ୍ତ୍ରୀ ମାନେ ଦିିନକୁ ଦିନ କାମ ହରାଇବାରେ ଲାଗିଛନ୍ତି ବୋଲି ଅଭିଯୋଗ କରାଯାଇଛି । ତେଣୁ ଏଦିଗରେ ମଧ୍ୟ ପ୍ରଶାସନ ବିହିତ ପଦକ୍ଷେପ ନେବା ପାଇଁ ଦାବୀ କାରଯାଇଛି । ସଂଘର ସଭାପତି ଅନିରୁଦ୍ଧ ବେହେରା ଓ ସଂପାଦକ କୀଚକ ନାୟକଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଓ ସଦସ୍ୟା ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରରେ ଆସି ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ