ବାଲିପଦରରେ “ଆମ ପୋଲିସ ସମିତି” ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ପୋଲିସ ଜିଲ୍ଲାର ବୁଗୁଡା ପୋଲିସ ଥାନା ପକ୍ଷରୁ, ବାଲିପଦର ଫାଣ୍ଡି ସହଯୋଗରେ ବାଲିପଦର ଲକ୍ଷ୍ମୀଜ୍ୟୋତି ଫିଲିଙ୍ଗ ଷ୍ଟେସନ ଫରେଷ୍ଟ ପାର୍କ ପରିସରରେ ଅକ୍ଟୋବର ୨୯ ତାରିଖ ଦିନ “ଆମ ପୋଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଆରକ୍ଷୀ ଉପଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଅତିଥିଭାବେ ଯୋଗଦେଇଥିଲେ। ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଜନସଚେତନତା ସଭାରେ ବୁଗୁଡା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବାଲିପଦର ଆଉଟ ପୋଷ୍ଟ ଓଆଇସି ସମୀର କୁମାର ବେହେରା ଯୋଗଦେଇ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବାଲିପଦରର ବରିଷ୍ଠ ସମାଜସେବୀ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ ଉଦଘାଟନ କରିଥିଲେ।ଏହି ସଚେତନତା ସଭାରେ ମୁଖ୍ୟତଃ ସାଇବର କାଇମରୁ କିପରି ରକ୍ଷା ପାଇବ ଆଲୋଚନା ହୋଇଥିଲା। ବିଜ୍ଞାନର ଦ୍ରୁତ ଅଗ୍ରଗତି ସହ ତାଳଦେଇ ଠକମାନେ ଇଣ୍ଟରନେଟ ମାଧ୍ୟମରେ ବିଭିନ୍ନ କୌଶଳ ପ୍ରୟୋଗ କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିବା ବେଳେ ସେଥିପ୍ରତି କିପରି ସତର୍କତା ଅବଲମ୍ବନ କରିବାକୁ ହେବ ତଥା ବୁଝାଇଥିଲେ। ଏଥିସହ ପୋଲିସ୍ ଓ ଜନସାଧରଣଙ୍କ ସୁସମ୍ପର୍କ, ଅସାମାଜିକ କାର୍ଯ୍ୟକଳାପରୁ ରକ୍ଷା, ଅନ୍ଧ ବିଶ୍ବାସ ଦୁରକରିବା, ବିଭିନ୍ନ ଦୂର୍ଘଟଣାରୁ ସୁରକ୍ଷିତ, ଶିଶୁ ଶ୍ରମିକ ସମସ୍ୟା ପ୍ରଭୃତି ବିଷୟରେ ସଚେତନତା କାରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଦାଶ ଓ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ବାଲିପଦର ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ସମାଜସେବୀ ଖଲି ପରିଡା, ମାତୃ ମଣ୍ଡଳୀ ପକ୍ଷରୁ ସଂଘମିତ୍ରା ନାୟକ, ପ୍ରଜ୍ଞାଶ୍ରୀ ଆଚାରୀ, ଲକ୍ଷ୍ମୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ବହୁ ମହିଳା ଅଂଶ ଗ୍ରହଣ କରିଥିଲେ। ବାଲିପଦର ବଣିକସଂଘ ସମେତ, ଫ୍ରେଣ୍ଡସ୍ କ୍ଳବ୍, ଉନ୍ନୟନ ପରିଷଦ, ମହୋତ୍ସବ କମିଟି, ଘୁମୁସର ର ସ୍ବର, ଯୁବକ ସଂଘ, ଲକ୍ଷ୍ମୀପୂଜା କମିଟି, ବରିଷ୍ଠ ନାଗରିକ ମଞ୍ଚ, ଉତ୍କଳ କଳା ପରିଷଦ, ଶ୍ରୀରାମ ପରିବା ମାର୍କେଟ୍ ସଂଘ ସମୂହର କର୍ମକର୍ତ୍ତା ଓ ବାଲିପଦର ଅଞ୍ଚଳର ବୁଦ୍ଧିଜୀବି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସମାଜସେବୀ ହରପ୍ରସାଦ ଦାସଙ୍କୁ ଆମ ପୋଲିସ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମକୁ ସ୍ଥାନୀୟ ପୋଲିସ୍ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ