ନନ୍ଦିନୀ ଭୂୟାଁ ବୁଗୁଡା ବ୍ଲକ ଡ଼ାଇରେକ୍ଟର ନିର୍ବାଚିତ

ବୁଗୁଡା, (ଅନିଲ କୁମାର ମହାରଣା):ଅକ୍ଟୋବର ୩୦ ତାରିଖ ଦିନ ଆସିକା ସେବା ସମବାୟ ସମିତି ଡ଼ାଇରେକ୍ଟର ନିର୍ବାଚନ ଶେଷ ହୋଇଛି। ବୁଗୁଡା ବ୍ଲକ ଡ଼ାଇରେକ୍ଟର ଭାବେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀନୀ ନନ୍ଦିନୀ ଭୂୟାଁ ତାଙ୍କ ପ୍ରତିଦ୍ବନ୍ଦୀ ନର୍ମଦା ପରିଡାଙ୍କ ଠାରୁ ୧୧୫ ଖଣ୍ଡ ଅଧିକ ଭୋଟ ପାଇଁ ନିର୍ବାଚିତ ହୋଇଛନ୍ତି। ମୋଟ ୨୨୨ ଜଣ ଭୋଟ ଦେଇଥିବା ବେଳେ ସେଥି ମଧ୍ୟରୁ ନନ୍ଦିନୀ ଭୂୟାଁ ୧୬୭ ଖଣ୍ଡ ଭୋଟ ପାଇଛନ୍ତି। ନର୍ମାଦ ପରିଡା ମାତ୍ର ୫୨ ଖଣ୍ଡ ଭୋଟ ପାଇଥିବା ବେଳେ ୩ ଖଣ୍ଡ ଭୋଟ ନାକଚ ହୋଇଛି। ପାଙ୍ଗିଡି ସେବା ସମବାୟ ସମିତି ସଭାନେତ୍ରୀ ନନ୍ଦିନୀ ଭୂୟାଁ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହୋଇଥିବା ଯୋଗୁଁ ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶୁଭେଚ୍ଛା ଜଣାଇଥିବା ବେଳେ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା , ପାଙ୍ଗିଡି ପଞ୍ଚାୟତ ସରପଞ୍ଚ ଭାଗ୍ୟଲତ ବିଷୋୟୀ, ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ଆପଟ, ନରେନ୍ଦ୍ର କୁମାର ଦେବତା ପ୍ରମୁଖ ବହୁ ବିଜୁ ଜନତା ଦଳ ନେତା ଓ କର୍ମୀ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀମତୀ ଭୂୟାଁ ନିଜ ବିଜୟର ଶ୍ରେୟ ମାନ୍ୟବର ଶ୍ରମ ମନ୍ତ୍ରୀଙ୍କୁ ଦେଇଥିବା ବେଳେ ବୁଗୁଡା ବ୍ଲକର ସମସ୍ତ ସେବା ସମବାୟ ସମିତି ଡ଼ାଇରେକ୍ଟର ବୃନ୍ଦ ଓ ବିଜୁ ଜନତା ଦଳର ନେତୃତ୍ୱ ମଣ୍ଡଳୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ