ବାଲିବରେଇରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ବାଲିବରେଇ ପଞ୍ଚାୟତରେ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶହଶହ ସ୍ୱେଚ୍ଛାସେବୀ ରକ୍ତଦାନ କରିବାକୁ ଆଗେଇ ଆସିଥିବାବେଳେ କରୋନା ପାଇଁ ସରକାରଙ୍କ ନୀତିନୀୟମ ଅନୁଯାଇ ରକ୍ତ ସଂଗ୍ରହ ହେବ ବୋଲି କୁହାଯିବାପରେ ବହୁ ଲୋକ ଫେରିଯାଇଥିଲେ । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଭାଗିରଥି ସେଠୀ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଅଞ୍ଜନା ରାଉତ, ଆଦ୍ୟାଶା ରାଉତ, ଶୁଭଶ୍ରୀ ଭୂୟାଁ, ଇତିଶ୍ରୀ ଭୂୟାଁ, ଟିକିଲି ବେହେରା, ଜୟଶ୍ରୀ ବେହେରା, ପୁର୍ଣ୍ଣିମା ରାଉତ, ସି.ଆର. ଅଭିଲିପିସା ପ୍ରମୁଖ ମହିଳା ଓ ଯୁବତୀମାନେ ସଚେତନ ହୋଇ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ରବିନ୍ଦ୍ର କୁମାର ଲେଙ୍କା, ସୋମନାଥ ଦାସ, ପବିତ୍ର ମୋହନ ପେଡା, ଶତୃଘ୍ନ ପାତ୍ର, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଅନ୍ତର୍ଯ୍ୟାମୀ ରାଉତ, ଗୌରାଙ୍ଗ ଚରଣ ସାମଲ, ଅନନ୍ତ ଚରଣ ରାଉତ, ଅନନ୍ତ ଆୟଚ, ନରହରି ପାତ୍ର, ଗୋପାଳ ପଟ୍ଟନାୟକ, ନିରୋଦ ସାମଲ, ଚିନ୍ମୟ ନାୟକ, ବିଜୟ ରାଉତ, ରବିନ୍ଦ୍ର କୁମାର ନାୟକ, ଦୁର୍ଯ୍ୟୋଧନ ସତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ଲେଙ୍କା, ଅକ୍ଷୟ ପାତ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବାବେଳେ ଆନନ୍ଦପୁର ବ୍ଲଡବ୍ୟାଙ୍କର ଡାକ୍ତର ଉଦୟ ଭାଷ୍କର ପଣ୍ଡା ଓ କର୍ମଚାରୀମାନେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ