ବାଲିବରେଇ ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ ) : ବାଲିବରେଇ ପଞ୍ଚାୟତରେ ବିଜୁ ଜନତାଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ ହରପ୍ରୀୟା ଦଣ୍ଡପାଟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଯୁବ ବିଜେଡି ସଭାପତି ରାକେଶ ରାମ, ବ୍ଲକ ଯୁବ ବିଜେଡି ସଭାପତି ତଥା ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ସମାଜସେବୀ ଅଜୟ ଘଡେଇ, ନରହରି ପାତ୍ର, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ, ସମିତିସଭ୍ୟ ଅଭୟ କୁମାର ଜେନା, ପୁର୍ବତନ ସମିତିସଭ୍ୟ ଗୌରାଙ୍ଗ ସାମଲ, ଚିନ୍ତାମଣୀ ରାଉତ, ଭୁବନାନନ୍ଦ ପଟ୍ଟନାୟକ, ରବିନ୍ଦ୍ର ଲେଙ୍କା, ହରିଶ୍ଚନ୍ଦ୍ର ଜେନା, ସିଙ୍ଗା ହୋ, ନିରୋଦ କୁମାର ସାମଲ, ଅନନ୍ତ କୁମାର ଆୟଚ, ନରେନ୍ଦ୍ର କୁମାର ମିଶ୍ର, ମଧୁସୁଦନ ଦାସ, ଉଦୟନାଥ ଜେନା, ଉତ୍ତମ କୁମାର ରାଉଳ, ନିରଞ୍ଜନ ରାଉତ, ଜଗା ହୋ, ଘନଶ୍ୟାମ ସେଠୀ, ହୃଶିକେଶ ମହାନ୍ତି ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ବିଦ୍ୟାଧରପୁର ବଜାର ଚକ ଠାରୁ ସୋସୋ କଲେଜ ଛକ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରାଯିବା ସହିତ ବିଭିନ୍ନ ଗ୍ରାମରେ ଥିବା ଅନାବାଦି ଜମିରେ ମଧ୍ୟ ବୃକ୍ଷ ରୋପଣ କରାଯାଇ ପଞ୍ଚାୟତରେ ସବୁଜ ବନାନୀ ସୃଷ୍ଟି କରା ଯିବାର ଯୋଜନା ରହିଛି ବୋଲି ସମାଜସେବୀ ଅଜୟ ଘଡେଇ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ