ବାଲିବରେଇ ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବାଲିବରେଇ ମଣ୍ଡଳ ବିଜେପି ପକ୍ଷରୁ ବାଲିବରେଇ ଖେଳ ପଡିଆ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ତଥା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ସଭାପତି ସବୁଜ ମହାନ୍ତ ବର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୧୦ଟି ସତ୍ରରେ ବରିଷ୍ଠ ପ୍ରଶିକ୍ଷକ ମାନେ ବିଜେପି କର୍ମୀ ମାନଙ୍କୁ ବୌଦ୍ଧିକ ପ୍ରଦାନ କରିଥିଲେ । ମଣ୍ଡଳ ସଭାନେତ୍ରୀ ଟିକି କିସ୍କୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବର୍ଗାଧିକାରୀ ଭାବେ ସତ୍ୟଜିତ ବେହେରା, ଦାୟିତ୍ୱ ନିର୍ବାହ କରିଥିବାବେଳେ ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ମଞ୍ଚ ପରିଚାଳନା କରିଥିଲେ । ଆଜି ମୋଟ ୧୦ଟି ବିଷୟ ଯଥା ଭାଜପାର ଇତିହାସ ଓ ବିକାଶ, ଭାରତର ମୁଖ୍ୟ ବିଚାରଧାରା, ଆମ ବିଚାରଧାରା, ବିଚାର ପରିବାର, ରାଷ୍ଟ୍ରୀୟ ସୁରକ୍ଷା ଓ ଆତ୍ମନିର୍ଭରଶୀଳତା, ଭାଜପା ଓ ଆମ ଦାୟିତ୍ୱ, ସଂଗଠନ ସଂରଚନାରେ ଆମ ଭୁମିକା, ନିର୍ବାଚନ ପରିଚାଳନା, ସାମାଜିକ ଗଣମାଧ୍ୟମର ଭୁମିକା, ନେତୃତ୍ୱ ବିକାଶ ଉପରେ ବରିଷ୍ଠ ନେତା ଅନନ୍ତ ନାୟକ, ମହେଶ୍ୱର ସାହୁ, ଭୀମସେନ ମଲ୍ଲିକ, ରାମଚନ୍ଦ୍ର ସାହୁ, ଭଗବାନ ସାହୁ, ଅସିମା ମିଶ୍ର, ଆଲୋକ ସେଠୀ, ଯଜ୍ଞପ୍ରସାଦ ସାହୁ ପ୍ରମୁଖ ବକ୍ତାମାନେ ବୌଦ୍ଧିକ ପ୍ରଦାନ କରିଥିଲେ । ଏଥିରେ ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ ରାଉତ, ସୁମତୀ ଯେନା, ବଳଭଦ୍ର ବାରିକ, କୈଳାଶ ସାମଲ, ଶଶିକାନ୍ତ ରାଉତ, ଅଜୟ ସାମଲ, ପ୍ରଫୁଲ ନାୟକ, ପ୍ରଶାନ୍ତ ମହାପାତ୍ର, ସୁଶାନ୍ତ ଜେନା, ବିଶ୍ୱନାଥ ଖମାରୀ, ରାଜେନ୍ଦ୍ର ରାଉତ, ମଧୁସୁଦନ ରାଉତ, କମଳାକାନ୍ତ ମହାରଣା, ତୃପ୍ତୀମୟୀ ଜେନା, ପ୍ରୀୟବ୍ରତ ପୁହାଣ ପ୍ରମୁଖ ଯୋଗଦେଇ ଥିଲେ । ଆଜି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏହି ମଣ୍ଡଳର ୭ଟି ପଞ୍ଚାୟତର ୩୭ଟି ବୁଥରୁ ୨ଶହରୁ ଉର୍ଦ୍ଧ ବରିଷ୍ଠ କାର୍ଯ୍ୟକର୍ତ୍ତା ଭାଗନେଇଥିଲେ । ନାରାୟଣ ରାଉତ, ପରମାନନ୍ଦ ନାୟକ, ଅଭୟ ଜେନା, ଟିକାୟତ ନାଇକ, ଆର୍ତ୍ତ ନାଏକ, ମନମୋହନ କର, ଆଶାଲତା ନାୟକ, ନାରଣ ହୋ, ଆନନ୍ଦ ପ୍ରଧାନ, ଶରତ ନାଏକ, ସୁମନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ