ବାଲିଭାଗ ବିଦ୍ୟାଳୟରେ କରୋନା ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରାଜ୍ୟରେ କରୋନାର ପ୍ରାଦୁର୍ଭାବ କମିବା ପରେ ବିଦ୍ୟାଳୟ ମାନଙ୍କରେ ଷଷ୍ଠ ଠାରୁ ଉଚ୍ଚ ଶ୍ରେଣୀ ଗୁଡ଼ିକରେ ଅଫ୍ ଲାଇନ୍ ପାଠ ପଢ଼ା ଆରମ୍ଭ ହୋଇଛି I କିନ୍ତୁ ବିଶ୍ଵରେ କିଛି ସ୍ଥାନରେ କରୋନାର ନୁଆଁ ପ୍ରଜାତି ଦେଖାଯିବା ଫଳରେ ଲୋକେ ଆତଙ୍କିତ ହୋଇପଡିଥିବାରୁ ସେମାନଙ୍କୁ ସଚେତନ ଏବଂ ସତର୍କ କରାଇବା ଜରୁରୀ ହୋଇପଡିଛି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ବ୍ଳକ୍ ବାଲିଭାଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ବିଷୋୟୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ଯୋଗଦେଇ କୋଭିଡ୍ ର ସମସ୍ତ ମାର୍ଗଦର୍ଶିକାର ଅନୁପାଳନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ଭାବେ ନେଟେଙ୍ଗା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଦାସ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଚନ୍ଦ୍ରମଣି ଗୌଡ଼ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜର ସ୍ଵଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବାପାଇଁ କହିଥିଲେ I ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପୋଷାକ ଏବଂ ଜୋତା ବିତରଣ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱାଗତିକା କର, ସୁଜାତା ମିଶ୍ର, ଚନ୍ଦ୍ରକଳା ଲେଙ୍କା ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ସୁରଜିତା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ